ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ; କେନ୍ଦ୍ର ସରକାରଙ୍କୁ ସହାୟତା ମାଗିଲେ କେଜ୍ରିୱାଲ, ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଏବେ ଯେଉଁ କେତୋଟି ରାଜ୍ୟ ଆଗରେ ଅଛନ୍ତି ତା’ ମଧ୍ୟରେ ଦିଲ୍ଲୀ ଓ ମହାରାଷ୍ଟ୍ର ଅଛନ୍ତି ଆଗରେ । ଦିଲ୍ଲୀରେ ଦୈନିକ ସଂକ୍ରମିତ ୨୪ ହଜାରରେ ପହଁଚିବା ପରେ ବଢିଯାଇଛି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଚିନ୍ତା । ସେପଟେ ଅକ୍ସିଜେନ ଓ ବେଡ୍ ସଂଖ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ମାଗିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ କିଛି ଦିନ ସ୍ଥିତି ଉପରେ ନଜର ରଖାଯିବ । ପରେ ଦିଲ୍ଲୀବାସୀଙ୍କ ସୁରକ୍ଷା ନେଇ କୌଣସି ବି କଡା ପଦକ୍ଷେପ ଗ୍ରହଣ କରାଯିବ।

ଦିଲ୍ଲୀ ପରି ମହାରାଷ୍ଟ୍ରରେ ମଧ୍ୟ କରୋନା ସ୍ଥିତି ଜଟିଳ ରହିଛି । ମୁମ୍ୱାଇ, ନାଗପୁର, ପୁଣେ ସବୁଠାରେ ଲାଗୁ ହୋଇଛି ଲକଡାଉନ । ଏହାରି ଭିତରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢାଇଛି ହସ୍ପିଟାଲରେ ଅକ୍ସିଜେନ ଅଭାବ । ଏହାକୁ ନେଇ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଜରୁରୀ ଭିତ୍ତିରେ ଅକ୍ସିଜେନ୍ ସିଲିଣ୍ଡର ବିମାନ ଜରିଆରେ ପଠାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଉଦ୍ଧବ ଠାକରେ । ଏହା ପରେ ତୁରନ୍ତ ୧୧ ୨୧ ଅକ୍ସିଜେନ୍ ସିଲିଣ୍ଡର ତୁରନ୍ତ ପଠାଇବା ବ୍ୟବସ୍ଥା କରାଯାଇଥିବା ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

ଅନ୍ୟପଟେ କେନ୍ଦ୍ରକୁ କରୋନା ମୁକାବିଲାରେ ସହାୟତା ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ବଢୁଥିବା ସଂକ୍ରମଣ ଭିତରେ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ବର୍ତମାନ ସପ୍ତାହନ୍ତ ଲକଡାଉନରେ ସ୍ଥିତି ନସୁଧୁରିଲେ ଆଗକୁ ନିଆଯିବ ବଡ ପଦକ୍ଷେପ । କାରଣ ଦିଲ୍ଲୀବାସୀଙ୍କ ଜୀବନ ସବୁଠାରୁ ମୂଲ୍ୟବାନ ।

ସମ୍ବନ୍ଧିତ ଖବର