ଅମ୍ବାନିଙ୍କ ସମେତ ଦେଶର ଶିଳ୍ପପତିମାନଙ୍କୁ କେଜ୍ରିୱାଲ ଲେଖିଲେ ଚିଠି, ଅମ୍ଳଜାନ ଯୋଗାଇଦେବାକୁ ଅନୁରୋଧ

ନୂଆଦିଲ୍ଲୀ: ଦିଲ୍ଲୀର ହସ୍ପିଟାଲମାନଙ୍କରେ ଅକ୍ସିଜେନ ସଙ୍କଟକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ବଡ ବଡ ଶିଳ୍ପପତିମାନଙ୍କୁ ଚିଠି ଲେଖି ଜଣାଇଛନ୍ତି | କେଜ୍ରିୱାଲ ଚିଠି ଲେଖି ଶିଳ୍ପପତିମାନଙ୍କୁ ଅମ୍ଳଜାନ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି | ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସମେତ ଅନ୍ୟ ଶିଳ୍ପପତିମାନଙ୍କୁ ସେ ଚିଠି ଲେଖି କହିଛନ୍ତି ଯେ ଯଦି ଆପଣଙ୍କ ପାଖରେ ଅକ୍ସିଜେନ ଓ ଟ୍ୟାଙ୍କର ଅଛି ତେବେ ଦିଲ୍ଲୀ ସରକାରଙ୍କୁ ସାହାଯ୍ୟ କରନ୍ତୁ |

ଆପଣଙ୍କ ଦ୍ୱାରା ଯାହା ବି ସହଯୋଗ ହୋଇପାରିବ, ସେହି ସବୁ ସାହାଯ୍ୟ ଦିଲ୍ଲୀ ସରକାରଙ୍କୁ ଯୋଗାଇଦିଅନ୍ତୁ | କେଜ୍ରିୱାଲ ଆଜି ମୁକେଶ ଅମ୍ବାନିଙ୍କ ବ୍ୟତୀତ ଟାଟା ଗ୍ରୁପ ମୁଖ୍ୟ ରତନ ଟାଟା, ଆଦିତ୍ୟ ବିର୍ଲା, ରାହୁଲ ବଜାଜ, ଆନନ୍ଦ ମହିନ୍ଦ୍ରା, ହିନ୍ଦୁଜା ବ୍ରଦର୍ସଙ୍କ ସମେତ ଅନ୍ୟ ମାନଙ୍କୁ ଚିଠି ଲେଖିଛନ୍ତି |

ଦିଲ୍ଲୀରେ ଅକ୍ସିଜେନ ସଙ୍କଟର ବଡ କାରଣ ହେଉଛି ଯେ ଏଠାରେ ମେଡିକାଲ ଅକ୍ସିଜେନର ଉତ୍ପାଦନ ହେଉନଥିବାବେଳେ ମେଡିକାଲ ଅକ୍ସିଜେନର କୌଣସି ଶିଳ୍ପ ମଧ୍ୟ ନାହିଁ | ସୂଚନା ଥାଉ କି ଶନିବାର ଦିନ କେଜ୍ରିୱାଲ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅକ୍ସିଜେନ ଯୋଗାଇବାକୁ ଅନୁରୋଧ କରିଥିଲେ |

ସମ୍ବନ୍ଧିତ ଖବର