ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆପ୍ ରାଜ୍ୟସଭା ସାଂସଦ ସୁଶୀଲ କୁମାର ଗୁପ୍ତା ଏବଂ ଆପ୍ ସାଂସଦ ପ୍ରାର୍ଥୀ ଅତିଶୀଙ୍କୁ ଆଜି ଦିଲ୍ଲୀ କୋର୍ଟ ସମନ୍ କରିଛନ୍ତି। ଦିଲ୍ଲୀ ବିଜେପି ନେତା ରାଜୀବ ବବ୍ବରଙ୍କ ଦ୍ବାରା ଏହି ୩ ନେତାଙ୍କ ବିରୋଧରେ ହୋଇଥିବା ମାନହାନି ମାମଲା ଆଧାରରେ ଆଜି ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟ ସେମାନଙ୍କୁ ଜୁନ୍ ୭ ତାରିଖରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ସମସ୍ତ ନେତା ବିଜେପି ବିରୋଧରେ ଜାଣିଶୁଣି ମିଛ ଅଭିଯୋଗ ଆଣିଥିଲେ। ବିଜେପି ଦିଲ୍ଲୀରେ ଭୋଟ୍ ତାଲିକାରୁ ଅନେକ ଭୋଟରଙ୍କ ନାଁ କାଟିଦେଇଛି ବୋଲି ଏହି ତିନି ନେତା ଅଭିଯୋଗ କରିଥିଲେ। ଗତ ଡିସେମ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଏକ ଟ୍ବିଟ୍ କରି କହିଥିଲେ ଯେ ‘ଭୋଟର ତାଲିକାରେ ନାଁ ନଥିବା ଲୋକଙ୍କ ମଧ୍ୟରେ ୪ ଲକ୍ଷ ବଣିଆ, ୮ ଲକ୍ଷ ମୁସଲିମ୍ , ୧୫ ଲକ୍ଷ ପୂର୍ବାଞ୍ଚଳ ବାସିନ୍ଦା ଅଛନ୍ତି। ଏହାବାଦ୍ ଆହୁରି ୩ ଲକ୍ଷ ଲୋକଙ୍କ ନାଁ ଭୋଟର ତାଲିକାରେ ନାହିଁ ବୋଲି କେଜ୍ରିୱାଲ୍ କହିଥିଲେ। ତେବେ ଏହା ମିଛ ଥିବା ଜଣାପଡ଼ିବା ପରେ ମାମଲା ରୁଜୁ ହୋଇଥିଲା।
କେଜ୍ରିୱାଲ, ଅତିଶୀ, ସୁଶୀଲ ଗୁପ୍ତାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ୍
/sambad/media/post_attachments/wp-content/uploads/2019/05/atishi-kejriwal-1556607631.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)