ବଢିଲା କେଜ୍ରିଓ୍ବାଲଙ୍କ ଅଡ଼ୁଆ, ଦଳ ପାଇଁ ବିଦେଶରୁ ପାଣ୍ଠି ସଂଗ୍ରହ ଅଭିଯୋଗ ଆଣିଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଇଥିବା ଚାର୍ଜସିଟରେ ଆମ୍ ଆଦମୀ ପାର୍ଟି (ଆପ୍)କୁ ମଧ୍ୟ ଅଭିଯୁକ୍ତ କରାଯାଇଛି। ଏହି ଚାର୍ଜସିଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ମଧ୍ୟ ରହିଛି । ସେପଟେ ଆପ୍ ଏବଂ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଅସୁବିଧା ଆହୁରି ବଢିବାରେ ଲାଗିଛି । କାରଣ ଦଳ ନାଁ ଆଉ ଏକ ସଂଗୀନ ଅଭିଯୋଗ ଆସିଛି ।

ଇଡି ଅଗଷ୍ଟ ୨୦୨୨ରେ ଗୃହ ମନ୍ତ୍ରଣାଳୟକୁ କହିଥିଲା ଯେ ଆମ୍ ଆଦମୀ ପାର୍ଟି ୨୦୧୪ରୁ ୨୦୨୨ ମଧ୍ୟରେ ଏଫସିଆରଏ, ଆରପିଏକୁ ଉଲ୍ଲଂଘନ କରି ବିଦେଶରୁ ପାଣ୍ଠି ପାଇଥିଲା। ନିୟମ ଅନୁସାରେ ରାଜନୈତିକ ଦଳଗୁଡ଼ିକ ବିଦେଶୀ ପାଣ୍ଠି ଗ୍ରହଣ କରିପାରିବେ ନାହିଁ।

ଆମ୍ ଆଦମୀ ପାର୍ଟିକୁ କାନାଡା, ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ସାଉଦି ଆରବ, ୟୁଏଇ, କୁଏତ, ଓମାନ ଏବଂ ଅନ୍ୟାନ୍ୟ ଦେଶରୁ ପାଣ୍ଠି ମିଳିଛି। ଇଡି ଗୃହ ମନ୍ତ୍ରାଳୟକୁ କହିଛି ଯେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ବିଦେଶୀ ପାଣ୍ଠି ଉପରେ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଆମ୍ ଆଦମୀ ପାର୍ଟି ନିଜ ଆକାଉଣ୍ଟକୁ ଟଙ୍କା ଦେଉଥିବା ଲୋକଙ୍କ ପରିଚୟ ଲୁଚାଇଛି। ଏହି ବିଦେଶୀ ପାଣ୍ଠି ସିଧାସଳଖ ଆଇଡିବିଆଇ ବ୍ୟାଙ୍କରେ ଖୋଲାଯାଇଥିବା ଆମ୍ ଆଦମୀ ପାର୍ଟିର ଆକାଉଣ୍ଟକୁ ଆସିଥିଲା।

ସମ୍ବନ୍ଧିତ ଖବର