ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହେପାଜତକୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ସିଏମ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସ୍ୱତନ୍ତ୍ର ବିଚାରପତି କାବେରୀ ବାଭେଜା ବିଚାର ବିଭାଗୀୟ ହାଜତକୁ ବୃଦ୍ଧି କରିଛନ୍ତି। ଜୁଲାଇ ୧୨ରେ ସୁପ୍ରିମକୋର୍ଟ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ସିବିଆଇ ମାମଲାରେ ତାଙ୍କୁ ଏପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିନଥିବାରୁ ସେ ଜେଲରେ ବନ୍ଦୀ ଅଛନ୍ତି।
ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡି ପ୍ରଥମେ ମାର୍ଚ୍ଚ ୨୧ରେ ଗିରଫ କରିଥିଲା। ଏହାପରେ ସିବିଆଇ ଜୁନ୍ ୨୬ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ କୋର୍ଟରୁ ଗିରଫ କରିଥିଲା।
ଅବକାରୀ ନୀତି ମାମଲାରେ ଦିଲ୍ଲୀର ନିମ୍ନ ଅଦାଲତ ଜୁନ୍ ୨୦ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ନିମ୍ନ ଅଦାଲତଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି। ଏହାପରେ ଜୁଲାଇ ୧୨ରେ ତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଥିଲା।କିନ୍ତୁ ସିବିଆଇ ମାମଲାରେ ସେ ଏବେ ଜେଲରେ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/kejriwal.jpg)