ତିହାରରେ କେଜ୍ରିୱାଲଙ୍କ ପ୍ରଥମ ସକାଳ: ସକାଳ ଜଳଖିଆରେ ରୁଟି-ଚା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ତିହାର ଜେଲରେ ପ୍ରଥମ ରାତି ବିତାଇବା ପରେ ମଙ୍ଗଳବାର ସକାଳେ ତାଙ୍କୁ ଜଳଖିଆ ପାଇଁ ରୁଟି ଓ ଚା ଦିଆଯାଇଥିଲା। ଦିଲ୍ଲୀ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ସୁପ୍ରିମୋଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜେଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ୪୦ରେ କେଜ୍ରିୱାଲଙ୍କୁ ଜଳଖିଆ ଦିଆଯାଇଥିଲା। ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ଆପ୍ ମୁଖ୍ୟ ୨ ନମ୍ବର ଜେଲରେ ଏକାକୀ ରହିଛନ୍ତି। ଗତ ରାତିରେ ସେ ଅନେକ ସମୟ ଅସ୍ଥିର ଭାବେ ପଦଚାରଣା କରିଥିଲେ। ଆଜି ସକାଳେ କେଜ୍ରିୱାଲ ତାଙ୍କ କୋଠରିରେ ଏକ ଘଣ୍ଟାରୁ ଅଧିକ ସମୟ ଧ୍ୟାନ କରିଥିଲେ ଏବଂ ଏହାପରେ ଯୋଗ କରିଥିଲେ। ତାଙ୍କୁ ମଧ୍ୟାହ୍ନ ୧୨ଟାରେ ମଧ୍ୟାହ୍ନଭୋଜନ ଦିଆଯାଇଥିଲା, ଯାହାପରେ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ କଏଦୀ ନିଜ ନିଜ କୋଠରିକୁ ଫେରିଥିଲେ। ସନ୍ଧ୍ୟା ସାଢ଼େ ୫ଟାରେ ତାଙ୍କୁ ରାତ୍ରିଭୋଜନ ଦିଆଯାଇଥିଲା ଏବଂ ସନ୍ଧ୍ୟା ୭ଟା ସୁଦ୍ଧା ରାତି ପାଇଁ ତାଲା ପକାଇ ଦିଆଯାଇଥିଲା। ଅନ୍ୟ କଏଦୀଙ୍କ ଭଳି ସେ ମଧ୍ୟ ସକାଳ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଜେଲ୍ ଭିତରେ ଟିଭି ଦେଖିପାରିବେ।

ମିଳିଥିବା ସୂଚନା ଅନୁଯାୟୀ, ବାରାକରେ ଲୁହା ଗ୍ରିଲ୍‌ରେ ଏକ ମଶାଜାଲି ଲଗାଯାଇଥିଲା। ତିହାରର ସମସ୍ତ ଅନ୍ତେବାସୀଙ୍କ ପାଇଁ ମଶାଜାଲି ଉପଲବ୍ଧ। ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂହ ଏବଂ ମନିଷ ସିସୋଦିଆଙ୍କ ପରେ କେଜ୍ରିୱାଲ ହେଉଛନ୍ତି ତିହାରରେ ଥିବା ଚତୁର୍ଥ ଆପ୍ ନେତା। ସିସୋଦିଆ ଏବେ ତିହାର ଜେଲ ନମ୍ବର ୧ରେ ଅଛନ୍ତି ।

ସମ୍ବନ୍ଧିତ ଖବର