କେଜ୍ରିୱାଲ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ‌ଘୋଷଣା: କେବଳ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସବୁ ହସ୍ପିଟାଲ୍‌ ବେଡ୍‌ ସଂରକ୍ଷିତ ରହିବ

ଆଜି ସୀମା ଖୋଲିବ

ନୂଆଦିଲ୍ଲୀ: କରୋନା ମହାମାରୀ ଥିବା ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ସମସ୍ତ ହସ୍ପିଟାଲ୍‌‌ ବେଡ୍‌ କେବଳ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସଂରକ୍ଷିତ ରହିବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏହା ଘୋଷଣା କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏମ୍ସ ଏବଂ ସଫଦରଜଙ୍ଗ ହସ୍ପିଟାଲ୍‌ କ୍ଷେତ୍ରରେ ଏହି ନିୟମ ଲାଗୁ ହେବନି। ଏହି ୨ ଟି ହସ୍ପିଟାଲ୍‌ରେ ଦିଲ୍ଲୀ ବାହାରୁ ଅନ୍ୟ ରାଜ୍ୟର ‌ରୋଗୀ ମଧ୍ୟ ଚିକିତ୍ସିତ ହୋଇପାରିବେ। ଦିଲ୍ଳୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ପରିଚାଳିତ ହସ୍ପିଟାଲ୍‌ରେ ପ୍ରାୟ ୧୦ ହଜାର ବେଡ୍‌ ରହିଛି। ତେବେ ରୋଗୀଙ୍କୁ ଚିକିତ୍ସା ପାଇଁ ଅଧିକ ୧୫ ହଜାର ବେଡ୍‌ ଆବଶ୍ୟକ ବୋଲି ସରକାରଙ୍କ ଦ୍ବାରା ଗଠିତ ୫ ଜଣିଆ କମିଟି ପରାମର୍ଶ ଦେବାପରେ ସରକାର ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଦିଲ୍ଲୀ କ୍ୟାବିନେଟ୍‌ ସରକାରୀ ହସ୍ପିଟାଲ୍‌ରେ ବେଡ୍‌ ଗୁଡ଼ିକ କେବଳ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସଂରକ୍ଷିତ ରହିବ ବୋଲି କହିଛନ୍ତି। ଦିଲ୍ଲୀ ସୀମା ଆସନ୍ତାକାଲି ଖୋଲିବ ବୋଲି କେଜ୍ରିୱାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର