ଗୁଜରାଟରେ କେଜ୍ରିୱାଲଙ୍କ ତ୍ରିରଙ୍ଗା ଯାତ୍ରା

ନୂଆଦିଲ୍ଲୀ : ପଞ୍ଜାବ ବିଜୟ ପରେ ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ଆପ୍‌ର ଲକ୍ଷ୍ୟ ରହିଛି । ଆପ୍‌ ମୁଖ୍ୟ ଅରବିନ୍ଦ‌ କେଜ୍ରିୱାଲ ଗୁଜରାଟ ମିସନ୍‌ ଆରମ୍ଭ କରି ସାରିଛନ୍ତି। କେଜ୍ରିୱାଲ ଆଜି ଗୁଜରାଟର ମେହସନାରେ ତ୍ରିରଙ୍ଗା ଯାତ୍ରା କରିଛନ୍ତି। ସେଠାରେ ସେ ସମର୍ଥକମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମକୁ ମିଶାଇ କେଜ୍ରିୱାଲ ନିକଟରେ ୪ ଥର ଗୁଜରାଟ ଗସ୍ତ କଲେଣି। ଗୁଜରାଟ ପରିବର୍ତ୍ତନ ଚା‌ହେ ବୋଲି କେଜ୍ରିୱାଲ ଆଜି ତ୍ରିରଙ୍ଗା ଯାତ୍ରା ସମୟରେ କହିଛନ୍ତି। ପୂର୍ବରୁ ଏପ୍ରିଲ ୨‌ରେ କେଜ୍ରିୱାଲ ଅହମଦାବାଦରେ ଏକ ରୋଡ୍‌ସୋ’ କରିଥିଲେ।

ସମ୍ବନ୍ଧିତ ଖବର