ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ପଂଜାବ ନିର୍ବାଚନ ପୂର୍ବରୁ ଇଡି ଯୋଜନାବଦ୍ଧ ଭାବେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିବା ପାଇଁ ଯୋଜନା କରୁଛି । ତେବେ ଆମ୍ ଆଦ୍ମୀ ପାର୍ଟି ଏଭଳି ଗିରଫଦାରିକୁ ଭୟ କରେନାହିଁ ବୋଲି କେଜ୍ରିୱାଲ କହିଛନ୍ତି। ଆମେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଭଳି ବିଳାପ କରିବୁ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଆପ୍ ନେତାଙ୍କ ବିରୋଧରେ ସକ୍ରିୟ ହୋଇଉଠିଛନ୍ତି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp