ପ୍ରଧାନମନ୍ତ୍ରୀଙ୍କ ଉପଦେଷ୍ଟାଙ୍କ ବିରୋଧରେ କେଜ୍ରିୱାଲଙ୍କ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ଓ ଆପ୍‌ ମଧ୍ୟରେ ଟକ୍କର ଜୋରଦାର ହୋଇଛି। ଏଭିଳ ସ୍ଥିତିରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଦେଷ୍ଟାଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଆୟୋଜିତ ଜନ ପ୍ରତିନିଧି ସମ୍ମିଳନୀରେ ଯୋଗଦେଇ କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ହିରେନ ଯୋଶୀ ଗୁଜରାଟର ଚ୍ୟାନେଲ ମାଲିକ ଓ ସଂପାଦକମାନଙ୍କୁ ଆପ୍‌କୁ ପ୍ରସାରଣ ସୁଯୋଗ ଦିଆଯାଉଥିବାରୁ ସେମାନଙ୍କୁ ଧମକ ଦେଇଛନ୍ତି। ହିରେନ ଯୋଶୀ ଚାନେଲ ମୁଖ୍ୟ ଏବଂ ସଂପାଦକମାନଙ୍କୁ ଦେଇଥିବା ଧମକ ସଂକ୍ରାନ୍ତ ପ୍ରମାଣ ସେମାନେ ତାଙ୍କ ନିକଟକୁ ପଠାଇଛନ୍ତି। ମୋଦୀଙ୍କ ଉପଦେଷ୍ଟାଙ୍କ ଚେତାବନୀ ସଂକ୍ରାନ୍ତ ସ୍କ୍ରିନସଟ୍ ଏବଂ କଲ୍‌ ରେକର୍ଡିଂ କିଛି ବ୍ୟକ୍ତି ରଖିଛନ୍ତି ବୋଲି କେଜ୍ରିୱାଲ ଦାବି କରିଛନ୍ତି। ଯଦି ସଂପାଦକମାନେ ଯୋଶୀଙ୍କ ସ୍କ୍ରିନ‌ସଟ୍ ପଠାଇଥାନ୍ତି ତା’ହେଲେ ଉଭୟ ପ୍ରଧାନମନ୍ତ୍ରୀ ଓ ତାଙ୍କ ଉପଦେଷ୍ଟା ଦେଶରେ ମୁହଁ ଦେଖାଇ ପାରିବେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର