ନୂଆଦିଲ୍ଳୀ: ଗତ ସେପ୍ଟେମ୍ବରରେ ହଷ୍ଟନ୍ରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହାୱଡି ମୋଦୀ’ ପରି ଫେବ୍ରୁଆରି ୨୪ରୁ ଅହମ୍ମଦାବାଦ୍ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ‘କେମ୍ଛୋ ଟ୍ରମ୍ପ୍’ କାର୍ଯ୍ୟକ୍ରମ ହେବାର ଥିଲା। ମାତ୍ର ଗୁଜୁରାଟ ସରକାର ନିକଟରେ ସୂଚନା ଦେଇଛନ୍ତି ଯେ ‘କେମ୍ଛୋ ଟ୍ରମ୍ପ୍’ ର ନାମ ବଦଳାଯାଇ ଏବେ ତାହାକୁ ‘ନମସ୍ତେ ପ୍ରେସିଡେଣ୍ଟ୍ ଟ୍ରମ୍ପ୍’ କରାଯିବ।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ’ ଶବ୍ଦ ଭାରତୀୟ ପରମ୍ପରାର ଏକ ଶବ୍ଦ ହୋଇଥିବା କାରଣରୁ ଏହା ଜରିଆରେ ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ସ୍ବାଗତ କରିବାକୁ ଚିନ୍ତା କରି କାର୍ଯ୍ୟକ୍ରମର ନାମ ବଦଳାଇବା ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ସରକାର।
/sambad/media/post_attachments/wp-content/uploads/2020/02/modi-trump-1-300x200.jpg)
News18.com
‘କେମ୍ଛୋ’ ଶବ୍ଦ ବଦଳରେ ନମସ୍ତେକୁ ବଛାଯାଇଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ’ ଶବ୍ଦ ପ୍ରୟୋଗ କରିବାର ନିର୍ଦ୍ଦେଶ କେନ୍ଦ୍ରରୁ ଆସିବା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି।
ଏହି କାର୍ଯ୍ୟକ୍ରମକୁ ସରା ବିଶ୍ବର ଦୃଷ୍ଟି ଆକର୍ଷଣ କରାଯିବାର ଯୋଜନା ରହିଛି। ପ୍ଲାକାର୍ଡ ଓ ହୋର୍ଡିଂରେ ଟ୍ରମ୍ପ୍ଙ୍କ ସହ ପତ୍ନୀ ମିଲାନିଆ ଟ୍ରମ୍ପ୍ଙ୍କ ଫଟୋ ବି ରହିବ ବୋଲି ଜାଣିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/PM-Narendra-Modi-and-President-Donald-Trump-during-Howdy-Modi-event.jpg)