ବ୍ରାହ୍ମଣଙ୍କୁ ପ୍ରଶଂସା କଲେ କେରଳ ହାଇକୋର୍ଟ ବିଚାରପତି

ଥିରୁବନନ୍ତପୁରମ୍‌: କେରଳ ହାଇକୋର୍ଟ ବିଚାରପତି ଭି ଚିତମ୍ବରେଶ ବ୍ରାହ୍ମଣମାନଙ୍କୁ ପ୍ରଶଂସା କରି କହିଛନ୍ତି ବ୍ରାହ୍ମଣମାନେ ୨ ଥର ଜନ୍ମ ନିଅନ୍ତି। ପୂର୍ବଜନ୍ମର ସୁକର୍ମ ପାଇଁ ସେମାନେ ଦୁଇଥର ଜନ୍ମ ନିଅନ୍ତି। ସେମାନଙ୍କ ନିକଟରେ ସମସ୍ତ ଭଲ ଗୁଣ ଅଛି। ବ୍ରାହ୍ମଣମାନେ ଜାତି ଏବଂ ସାମ୍ପ୍ରଦାୟିକ ସଂରକ୍ଷଣ ପ୍ରତି ଗୁରୁତ୍ବ ନଦେଇ କେବଳ ଅର୍ଥନୈତିକ ସଂରକ୍ଷଣ ଦିଗରେ ଆନ୍ଦୋଳନ କରିବାପାଇଁ ବିଚାରପତି ଚିତମ୍ବରେଶ ଅନୁରୋଧ କରିଛନ୍ତି। କେରଳ ବ୍ରାହ୍ମଣ ସଭା ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ ଚିତମ୍ବ‌ରେଶ ଏହି କଥା କହିଛନ୍ତି।

ସମ୍ବନ୍ଧିତ ଖବର