ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ମଉସା ମାଉସୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭାଜପାରେ ଯୋଗ ଦେବା ଅବସରରେ ଶଶୀଙ୍କ ମଉସା ଶଶୀ କୁମାର କହିଛନ୍ତି ଯେ ମୂଳରୁ ସେ ଭାଜପାର ସମର୍ଥକ ଅଛନ୍ତି। ଏଣୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା କଥାର କିଛି ନୂତନତ୍ୱ ନାହିଁ।

Advertisment

ଶଶୀ ଥରୁରଙ୍କ ମାଉସୀ ଶୋଭନା କହନ୍ତି ଭାରତୀୟ ଜନତା ପାର୍ଟି ହିଁ କେବଳ କେରଳ ଓ ଭାରତର ବିକାଶ କରିପାରିବ। ଭାଜପାରେ ଆହୁରି ଅଧିକସଂଖ୍ୟକ ବିଶିଷ୍ଟ ବ୍ୟକ୍ତି ବି ଯୋଗ ଦେବେ ବୋଲି ସେ କହିଛନ୍ତି। ଏଥର ଦଳର ପ୍ରଚାର କାର୍ଯ୍ୟରେ ସେ ଅଧିକ ନିୟୋଜିତ ହେବେ ବୋଲି ମଧ୍ୟ ଶଶୀ ଥରୁରଙ୍କ ମାଉସୀ ଶୋଭନା କହିଛନ୍ତି । ଏହି ଅବସରରେ ଭିନ୍ନ ଭିନ୍ନ ପୃଷ୍ଠଭୂମିରୁ ଆସିଥିବା ୧୪ଜଣ ନୂଆ ସଦସ୍ୟଙ୍କୁ ଭାଜପାର କେରଳ ଅଧ୍ୟକ୍ଷ ପିଏସ ଶ୍ରୀଧରନ୍‌ ସ୍ୱାଗତ କରିଥିଲେ।

publive-image
ଏହା ପୂର୍ବରୁ କେରଳର କଂଗ୍ରେସ ମୁଖପାତ୍ର ତଥା ସୋନିଆ ଗାନ୍ଧୀଙ୍କ ନିକଟତର ବୋଲି କୁହାଯାଉଥିବା ନେତା ଟମ୍‌ ବଡକ୍‌ ଭାଜପାରେ ଯୋଗ ଦେଇଥିଲେ।