କରୋନା କାଳରେ ବିବାହ କରିବା ମହଙ୍ଗା ପଡ଼ିଲା, ବର-କନ୍ୟା ସମେତ କରୋନା ଆକ୍ରାନ୍ତ ହେଲେ ୪୭ଜଣ ଅତିଥି

ନୂଆଦିଲ୍ଲୀ: ସମଗ୍ର ଦେଶ ବର୍ତ୍ତମାନ କରୋନା ମହାମାରୀ ସହ ଲଢ଼ୁଛି। ଏହି ମହାମାରୀକୁ ଏଡାଇବା ପାଇଁ ତଥା କୌଣସି ଭିଡ଼ର ଅଂଶ ନ ହେବା ପାଇଁ ଲୋକଙ୍କୁ ସାମାଜିକ ଦୂରତାର ନିୟମ ପାଳନ କରିବାକୁ ନିବେଦନ କରାଯାଇଛି। କିନ୍ତୁ ଏହା ସତ୍ତ୍ବେ ଲୋକମାନେ ସତର୍କ ନ ରହି ସରକାରଙ୍କ ନିୟମକୁ ଅଣଦେଖା କରୁଛନ୍ତି, ଯାହା ଦ୍ବାରା ଦେଶରେ ସଂକ୍ରମଣ ବଢ଼ୁଛି | କେରଳର କାସରଗୋଡ ଜିଲ୍ଲାର ଚେଙ୍ଗାଲା ପଞ୍ଚାୟତର ପିଲାନକଟାଠାରେ କରୋନା କାଳରେ ୧୨୮ଜଣ ଲୋକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଜୁଲାଇ ୧୭ରେ ଏହି ବିବାହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା  ଲୋକଙ୍କ ମଧ୍ୟରୁ ଏବେ ୪୭ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି।

दूल्हन के पिता सबसे पहले हुए संक्रमित
oneindia

ରିପୋର୍ଟ ଅନୁଯାୟୀ, ବର ଏବଂ କନ୍ୟା ମଧ୍ୟ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି। ବିବାହ ସମାରୋହରେ ସମ୍ପୃକ୍ତ ସମସ୍ତ ୧୨୮ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେ ମଧ୍ୟରୁ ୪୭ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ବାଦିଆଦକା ପୁଲିସ ବରର ପିତାଙ୍କ ବିରୋଧରେ କେରଳ ମହାମାରୀ ରୋଗ ଅଧିନିୟମ ୨୦୨୦ଅନୁଯାୟୀ ଏତଲା ରୁଜୁ କରିଛି। କାସରଗୋଡ ପ୍ରଶାସନ କହିଛି ଯେ ନିୟମ ଉଲ୍ଲଂଘନ କରିଥିବାରୁ ବରର ପିତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଦୁଇ ବର୍ଷର କଠୋର ଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।

ସମ୍ବନ୍ଧିତ ଖବର