ସବରିମାଲା ମନ୍ଦିର ବିବାଦ: ମହିଳାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ଏହି ଅଭିନେତା ଅଡୁଆରେ, ମାମଲା ରୁଜୁ

ନୂଆଦିଲ୍ଲୀ: ସବରିମାଲା ମନ୍ଦିରକୁ ନେଇ ଏନ୍‌ଡିଏର ଏକ ବିରୋଧ ବୈଠକ ସମୟରେ ମହିଳାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ମାଲାୟାଲମ୍‌ ଅଭିନେତା କୋଲ୍ଲମ ଥୁଲାସିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି କେରଳ ପୁଲିସ ରବିବାର ସୂଚନା ଦେଇଛି।

ସୂଚନାଯୋଗ୍ୟ, କୋଲ୍ଲମରେ ଶୁକ୍ରବାର ପ୍ରଦର୍ଶନକାରୀଙ୍କୁ ସମ୍ଭୋଧିତ କରି ଭାରତୀୟ ଜନତା ପାର୍ଟି (ବିଜେପି) ସମର୍ଥକ ଥୁଲାସି କହିଥିଲେ, ଭଗବାନ ଅୟପ୍ପାଙ୍କ ମନ୍ଦିରକୁ ଆସୁଥିବା ପ୍ରତିବନ୍ଧ ବୟସ ସମୁହର ମନ୍ଦିଳାଙ୍କୁ ଚିରି ଦେବା ଉଚିତ। ଏନେଇ ଟିପ୍ପଣୀ ନେଇ ଥୁଲାସିଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିନେତାଙ୍କ ବିରୋଧରେ ସ୍ଥାନୀୟ ଡିଓ୍ଵାଇଏଫଆଇ ନେତା ରତିଶଙ୍କ ଏକ ଅଭିଯୋଗ ଅଧାରରେ ମାମଲା ରୁଜୁ ହେଇଛି। ଏହି ପ୍ରସଙ୍ଗ ନେଇ ପରେ ଅଭିନେତା ଦୁଃଖ ପ୍ରକାଶ କରିବା ସହିତ ଭାବନାରେ ଏପରି କହି ଦେଇଥିବା ସ୍ୱୀକାର କରିଥିଲେ।

ଉଲ୍ଲେଖଯୋଗ୍ୟ, ୧୦ ରୁ ୫୦ ବର୍ଷ ମଧ୍ୟର ମହିଳାମାନଙ୍କର ମନ୍ଦିର ପ୍ରବେଶକୁ କେରଳର ସବରିମାଲା ମନ୍ଦିର ତରଫରୁ ନିଷେଧ କରାଯାଇ ପାରିବ କି, ନାହିଁ ସେ ନିଷ୍ପତ୍ତି ନେବା ନିମନ୍ତେ ସୁପ୍ରିମ୍‌ କୋର୍ଟ ଏକ ପାଞ୍ଚଜଣିଆ ବିଚାରପତି ସମ୍ବଳିତ ଖଣ୍ଡପୀଠଙ୍କୁ କହିଛନ୍ତି।

ପ୍ରଚଳିତ ପ୍ରଥାନୁସାରେ, ଋତୁମତୀ ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ଯିବା ନିମନ୍ତେ ଅନୁମତି ମିଳେ ନାହିଁ। ତେଣୁ, ୧୦ରୁ ୫୦ବର୍ଷ ବୟସ୍କା ମହିଳାଙ୍କୁ ମନ୍ଦିର ପରିସର ମଧ୍ୟରେ ଉପାସନା କରିବା ବାରଣ କରାଯାଇଛି କିନ୍ତୁ, ଋତୁସ୍ରାବ ବୟସୀମା ଅତିକ୍ରମ କରିଯାଇଥିବା ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶାନୁମତି ମିଳେ। ମନ୍ଦିରର ପ୍ରଥାକୁ ବିଦ୍ୱେଷାତ୍ମକ ଦର୍ଶାଇ ୟଙ୍ଗ୍‌ ଲୟାର୍‌ସ ଆସୋସିଏସନ୍‌ ଦାଏର କରାଯାଇଥିଲା। ସେଥିରେ କୁହାଯାଇଛି ଯେ ସମସ୍ତ ମହିଳା ଏବଂ ବାଳିକାଙ୍କୁ ସବରିମାଳା ମନ୍ଦିରକୁ ପ୍ରବେଶାଧିକାର ଦିଆଯାଉ।

 

ସମ୍ବନ୍ଧିତ ଖବର