ଥିରୁବନନ୍ତପୁରମ୍: କେରଳରେ ୩ ଜଣ କରୋନା ଭାଇରସ୍ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବାପରେ କେରଳ ସରକାର ଗତକାଲି ରାଜ୍ୟରେ ସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଥିଲେ। ଭାଇରସ୍ ମୁକାବିଲା ପାଇଁ କେରଳ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛି। କେରଳରେ ୨୫୦୦ରୁ ଅଧିକ ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯାଇଥିବା ବେଳେ ୮୦ ଜଣ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା କହିଛନ୍ତି, ଭାଇରସ୍ ମୁକାବିଲା ପାଇଁ କେନ୍ଦ୍ରଠାରୁ ତତ୍କାଳ ସହଯୋଗ ଚାହୁଛୁ ଏବଂ କେନ୍ଦ୍ର ସରକାର ଏନେଇ ଅଧିକ ପାଣ୍ଠି ଦେବା ଆବଶ୍ୟକ। ତେବେ ଭାଇରସ୍ ନେଇ ହାଇ ଆଲର୍ଟ ଜାରି ହୋଇଥିଲେ ସୁଦ୍ଧା ଚୀନ୍ରୁ ଫେରିଥିବା ଦୁଇଜଣ ବ୍ୟକ୍ତି ପୁଣିଥରେ ସାଉଦି ଆରବ ପଳାଇଯିବାକୁ ସକ୍ଷମ ହୋଇଛନ୍ତି। କୋଝିକୋଡ୍ର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ କିଛି ଅବଗତ ନକରି ଏହି ଦୁଇ ବ୍ୟକ୍ତି ସାଉଦି ଆରବ ପଳାଇଛନ୍ତି। ଭାଇରସ୍ ଚିକିତ୍ସା ପାଇଁ କେରଳରେ ଅଧିକରୁ ଅଧିକ ସ୍ବତନ୍ତ୍ର ୱାର୍ଡ ଖୋଲା ଯାଉଛି ଏବଂ ଏଥିସହ ଡାକ୍ତର ଏବଂ ପାରାମେଡିକାଲ କର୍ମୀଙ୍କୁ ତାଲିମ ଦିଆଯାଉଛି। ଭାଇରସ୍ ଆକ୍ରାନ୍ତ ହୋଇଥିବା ଆଶଙ୍କା ଥିଲେ ୧୪ ଦିନ ସ୍ବତନ୍ତ୍ର ୱାର୍ଡରେ ରଖିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିବା ବେଳେ କେରଳ ଏହାକୁ ୨୮ ଦିନକୁ ବୃଦ୍ଧି କରିଛନ୍ତି। ସେପଟେ ଚୀନ୍ରୁ ଫେରିଥିବା ଭାରତୀୟମାନେ ମାନେସର ସେନା ଶିବିରରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଠାରେ ଭାଇରସ୍ ଲକ୍ଷଣ ଦେଖାଦେବାରୁ ସେମାନଙ୍କୁ ଦିଲ୍ଲୀ ସ୍ଥିତ ସେନାର ବେସ୍ ହସ୍ପିଟାଲ୍କୁ ପଠାଯାଇଛି। ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି।
କରୋନା ମୁକାବିଲା ପାଇଁ କେନ୍ଦ୍ରର ସହାୟତା ଲୋଡ଼ିଲା କେରଳ
/sambad/media/post_attachments/wp-content/uploads/2020/02/1580783388-4702.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)