ଥିରୁଅନନ୍ତପୁରମ୍ : କେରଳ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ଏହାର ନିର୍ବାଚନୀ ଇସ୍ତାହାର ଜାରି କରିଛି। ବିଜେପି ଇସ୍ତାହାରରେ କେରଳର ପ୍ରତି ପରିବାରରୁ ଜଣଙ୍କୁ ଚାକିରି, ଆତଙ୍କବାଦ ମୁକ୍ତ କେରଳ, ଅନାହାର ମୁକ୍ତ କେରଳ, ସବରିମାଳା ଆଇନ, ଲଭ୍ ଜିହାଦ ଆଇନ, ହାଇ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଲାପ୍ଟପ୍ ପ୍ରତିଶ୍ରୁତି ଦିଆଯାଇଛି। ଇସ୍ତାହାର ଜାରି କରିବା ସହ କେନ୍ଦ୍ର ମନ୍ତ୍ରୀ ଜାଭଡ଼େକର ବାମ ଶାସିତ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ବାମ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ପ୍ରକଳ୍ପ ହାଇଜାକ୍ କରିନେଉଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଅଭିଯୋଗ କରିଛନ୍ତି।
କେରଳ ବିଧାନସଭା ନିର୍ବାଚନ: ବିଜେପି ଇସ୍ତାହାରରେ ସବରିମାଳା ଆଇନ, ପ୍ରତି ପରିବାରରୁ ଜଣଙ୍କୁ ଚାକିରି
/sambad/media/post_attachments/wp-content/uploads/2021/02/bjp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)