କେରଳ ଅଟୋ ଡ୍ରାଇଭର ୨୫ କୋଟି ଟଙ୍କାର ‌ଲଟେରି ଜିତିଲେ

ତିରୁଅନନ୍ତପୁରମ: କେରଳର ଜଣେ ଅଟୋ ଡ୍ରାଇଭରଙ୍କ ଭାଗ୍ୟ ଖୋଲିଦେଇଛି ଓନମ ଲଟେରି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ସେ ମାଲେସିଆକୁ ରୋଷେୟା ହୋଇ ଯିବାକୁ ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିଥିଲେ। ଗତକାଲି ତାଙ୍କର ୩ ଲକ୍ଷ ଟଙ୍କାର ଋଣ ମଞ୍ଜୁର ହୋଇଥିଲା। କିନ୍ତୁ ଆଜି ସେ ୨୫ କୋଟି ଟଙ୍କା ‌ଲଟେରି ଜିତିଛନ୍ତି। ଶ୍ରୀବରହମର ଅନୁପ ପୁଣି ଗତକାଲି ଟିଜେ୭୫୦୬୦୫ ନମ୍ବରର ଟିକଟ କିଣିଥିଲେ। ଆଉ ଆଜି ଏଥିରେ ବିଜୟୀ ହୋଇଛନ୍ତି। ପ୍ରଥମେ ସେ ଏହାକୁ ବିଶ୍ବାସ କରି ପାରି ନଥିଲେ। ସେ ପ୍ରଥମେ ଯେଉଁ ଟିକଟ ନମ୍ବର ପସନ୍ଦ କରନ୍ତି ତାହା କିଣନ୍ତି ନାହିଁ। ପରେ ଅନ୍ୟ ଏକ ନମ୍ବର ବାଛନ୍ତି। ସେହି ଅନୁଯାୟୀ ସେ ଏହି ଟିକଟ କିଣିଥିଲେ।

ତେବେ ଅନୁପଙ୍କ ଭାଗ୍ୟ ରବି ଯେ ଥରକରେ ଉଦୟ ହୋଇଛି ‌ତାହା ନୁହେଁ। ଗତ ୨୨ ବର୍ଷ ହେଲା ସେ ଲଟେରି ଟିକଟ କିଣି ଆସୁଛନ୍ତି। ଅନେକ ଥର ଲଟେରିରେ ଜିତିଥିଲେ ମଧ୍ୟ ସର୍ବାଧିକ ୫୦୦୦ ଟଙ୍କା ସେ ପୂର୍ବରୁ ଜିତିଥିଲେ। ଟିକସ କଟିବା ପରେ ‌ତାଙ୍କୁ ପ୍ରାୟ ୧୫ କୋଟି ଟଙ୍କା ମିଳିପାରେ। ସେ ଏହି ଅର୍ଥରେ ପ୍ରଥମେ ପରିବାର ପାଇଁ ଏକ ଘର କରିବ‌େ। ଏଥିସହିତ ପୂର୍ବରୁ କରିଥିବା ଋଣସବୁକୁ ପରିଶୋଧ କରିବେ ବୋଲି କହିଛନ୍ତି। ଏହାବ୍ୟତୀତ ସେ ତାଙ୍କ ସଂପର୍କୀୟମାନଙ୍କୁ ସାହାଯ୍ୟ କରିବେ। କିଛି ଦାତବ୍ୟ କାର୍ଯ୍ୟ କରିବା ସହିତ ହୋଟେଲ ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି। ଗତବର୍ଷ ମଧ୍ୟ ଜଣେ ଅଟୋ ଡ୍ରାଇଭର ଜୟପାଳନ ପିଆର ୧୨ କୋଟି ଟଙ୍କାର ଓନମ ଲଟେରି ଜିତିଥିଲେ।

ସମ୍ବନ୍ଧିତ ଖବର