କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମାଗଣାରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ସାରା ବିଶ୍ୱ ଏବେ ତତ୍ପର । କେବେ ସମସ୍ତଙ୍କୁ ମିଳିବ ଟିକା । ଟିକା କେତେ ଫଳପ୍ରଦ ହେବ ତାକୁ ନେଇ ରାଷ୍ଟ୍ରମୁଖ୍ୟମାନେ ଏବେ ବିଚାର ବିମର୍ଶ କରିବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକଟି ଭାବୁଛି ତାକୁ ଟିକା ମାଗଣାରେ ମିଳିବ ନା ଟିକା ବାବଦରେ ସରକାର ତାଙ୍କ ଠାରୁ ଟଙ୍କା ଆଦାୟ କରିବେ । ଯଦି ଟଙ୍କା ଆଦାୟ କରିବେ ତେବେ ପ୍ରତି ଡୋଜକୁ ତାକୁ କେତେ ଟଙ୍କା ଦେବାକୁ ପଡିବ । ଏବାବଦରେ ତା ପରିବାର ପାଇଁ ମୋଟ କେତେ ଟଙ୍କା ଲାଗିବ । ଯଦି ଟିକା ମହଙ୍ଗା ହୁଏ ତେବେ ସେ ତା ପରିବାରର ସମସ୍ତ ସଦ୍ୟସ୍ୟଙ୍କ ପାଇଁ ଟିକା କିଣିପାରିବ ତ ? ଏଭଳି ଅନେକ ଚିନ୍ତା ସାଧାରଣ ନାଗରିକଙ୍କୁ ସମସ୍ତଙ୍କୁ ଘାରିଛି ।

ଏହାରି ମଧ୍ୟରେ ଭାରତର ୫ ଟି ରାଜ୍ୟ ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଥମେ ବିହାର ନିର୍ବାଚନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ କି ବିହାରରେ ବିଜେପି ଓ ଜେଡିୟୁ ସରକାର ଗଠନ କଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ଏବେ ସେଠାରେ ବିଜେପି ଜେଡିୟୁକୁ ଲୋକମାନେ ବହୁମତ ଦେଇଥିବାରୁ ନିର୍ମଳାଙ୍କ ମାୟାରେ ଛନ୍ଦି ହୋଇ ଲୋକଙ୍କୁ ମାଗଣା ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ସେହିପରି କେରଳର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି କି, ଏହି ଟିକା ନେବା ବେଳେ କେରଳବାସୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଯଦି କେନ୍ଦ୍ର ସରକାର ଟିକା ବାବଦକୁ ଅର୍ଥ ନିଅନ୍ତି ତାହେଲେ ସେ ଅର୍ଥ କେରଳ ସରକାର ବହନ କରିବେ । ସେପଟେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି ପଲାନିସ୍ୱାମୀଙ୍କ ସରକାର ବି ତାମିଲନାଡୁରେ ସମ୍ପୁର୍ଣ୍ଣ ମାଗଣା ଟିକାକରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Russia 'Sputnik V' vaccine promises to help people develop immunity against COVID-19 for two years: Here's all you need to know - Health News , Firstpost
Firstpost

ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବି ମାଗଣା ଟିକା ଦେବା ନେଇ ଘୋଷଣା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଦେଶର ୩୦ ରାଜ୍ୟ ମଧ୍ୟରୁ ୫ ଟି ରାଜ୍ୟ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଅନ୍ୟ ରାଜ୍ୟସରକାରମାନେ ଟିକା ଆସିବା ପୂର୍ବରୁ ଏନେଇ ଘୋଷଣା କରୁଛନ୍ତି ନା କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧିତ ଖବର