କାବୁଲ : ଗୁରୁଦ୍ୱାରା ଆକ୍ରମଣ ପଛରେ କେରଳ ଜନ୍ମିତ ଆତଙ୍କବାଦୀର ହାତ ସଂଦେହ

ନୂଆଦିଲ୍ଲୀ : ଦୁଇଦିନ ପୂର୍ବରେ ଆଫଗାନିସ୍ତାନର କାବୁଲରେ ଏକ ଗୁରୁଦ୍ୱାରା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଜଣେ ଭାରତୀୟ ଥିବା ଗୁଇନ୍ଦା ସଂସ୍ଥାମାନେ ସଂଦେହ କରୁଛନ୍ତି । ଆଫଗାନିସ୍ତାନର ତଦନ୍ତକାରୀ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଆକ୍ରମଣ ପଛରେ କେରଳ ଜନ୍ମିତ ଆଇଏସ ଆତଙ୍କବାଦୀ ଅବୁ ଖାୟୁମ ଓରଫ ଅବୁ ଖାଲିଦର ହାତ ରହିଛି । ଭାରତରେ ହେଉଥିବା ମୁସଲମାନଙ୍କ ଉପରେ ଅତ୍ୟାଚାରର ପ୍ରତିଶୋଧ ନେବାକୁ ସେ ଏପରି କରିଥିବା ସଂଦେହ କରାଯାଉଛି ।

ଏକ ଅନଲାଇନ ପୋଷ୍ଟରେ ଆଇଏସର ଜଣେ ସମର୍ଥକ ଏହି ଆକ୍ରମଣ ସମ୍ପର୍କରେ ଲେଖିଛି ଯେ ଭାରତରେ ହେଉଥିବା ମୁସଲମାନଙ୍କ ଉପରେ ଅତ୍ୟାଚାରର ପ୍ରତିଶୋଧ ନେବାକୁ ଏହି ଆକ୍ରମଣ କରାଯାଇଛି ।

ଗତ କିଛି ବର୍ଷ ହେଲା ଭାରତର ତଦନ୍ତକାରୀ ସଂସ୍ଥା (ଏନଆଇଏ) ମଧ୍ୟ ଅବୁ ଖାଲିଦ ଉପରେ ନଜର ରଖିଆସିଛି । ଗତ ବର୍ଷ ଏନଆଇଏ କହିଥିଲା ଯେ ସେ ବିଦେଶରେ ଥିବା କେରଳର ପଲକଡରେ ଥିବା ଜିହାଦୀ ରିୟାଜ ଅବୁବକ୍ରକୁ ଏକ ଆତ୍ମଘାତୀ ଆକ୍ରମଣ ପାଇଁ ବାର୍ତ୍ତା ପଠାଇଥିଲା । କାବୁୁଲର ଶିଖ ଗୁରୁଦ୍ୱାରାରେ ହୋଇଥିବା ଆଇଏସ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଶିଖ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର