କେରଳ ବ୍ୟବସାୟୀଙ୍କ ମହାନତା, ସବୁ ରିଲିଫ୍‌ ଶିବିରକୁ ପଠାଇଲେ ପୋଷାକ

କେରଳରେ ଏବେ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ରହିବାପାଇଁ ବି ଜାଗା ନାହିଁ। ଜୀବନ ବଞ୍ଚାଇବାପାଇଁ ‌ଲୋକେ ରିଲିଫ୍‌ ଶିବିରରେ ଆଶ୍ରୟ ନେଇଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ସଠିକ୍‌ ଭାବେ ଖାଦ୍ୟ ପହଞ୍ଚି ପାରୁନଥିବାବେଳେ ପୋଷାକ ତ ଦୂର କଥା। କିନ୍ତୁ କେରଳର ଜଣେ କ୍ଷୁଦ୍ର କପଡ଼ା ବ୍ୟବସାୟୀ ତାଙ୍କ ଦୋକାନରୁ ସମସ୍ତ ପୋଷାକ ରିଲିଫ୍‌ ଶିବିରକୁ ପଠାଇ ମହାନତା ଦେଖାଇଛନ୍ତି। ୫୨ ବର୍ଷୀୟ ଏହି ବ୍ୟବସାୟୀଙ୍କ ନାମ ଏମ୍‌ ନୌଶଦ୍‌। ସୋସିଆଲ ମିଡିଆରେ ଏବେ ତାଙ୍କ ଫଟୋ ଜାରି ହୋଇଛି ଏବଂ ଚାରିଆଡ଼ୁ ତାଙ୍କୁ ପ୍ରଶଂସା ମିଳିଛି। କିଛି ଲୋକ ମଧ୍ୟ ତାଙ୍କର ଏହି କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। କିନ୍ତୁ ସେ କହିଛନ୍ତି, ଏହିୁ କାର୍ଯ୍ୟ ତାଙ୍କ ପାଇଁ ନୂଆ ନୁହେଁ। ପ୍ରତିଥର ସେ ବନ୍ୟା ସମୟରେ ତାଙ୍କ ଦୋକାନରୁ ପୋଷାକ ରିଲିଫ୍‌ ଶିବିରକୁ ପଠାଇଥାନ୍ତି।

ସମ୍ବନ୍ଧିତ ଖବର