ସିଏଏକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ କଲା କେରଳ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ କେରଳ ସରକାର ଆଜି ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛନ୍ତି। ପ୍ରଥମ ରାଜ୍ୟ ଭାବେ ଏହି ଆଇନକୁ ବିରୋଧ କରି ବିଧାନସଭାରେ ସଂକଳ୍ପ ଗୃହୀତ କରାଇଥିବା କେରଳ ସୁପ୍ରିମ କୋର୍ଟରେ ମଧ୍ୟ ଏହି ଆଇନକୁ ଚାଲେଞ୍ଜ କରିବାରେ ପ୍ରଥମ ରାଜ୍ୟ ପାଲଟିଛି।
ଭାରତୀୟ ସମ୍ବିଧାନ ଦ୍ବାରା ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ସମାନତା ଓ ଅନ୍ୟାନ୍ୟ ଅଧିକାରକୁ ଏହା ଉଲ୍ଲଂଘନ କରୁଛି ବୋଲି ପିନରାୟୀ ବିଜୟନଙ୍କ ନେତୃତ୍ବରେ ପରିଚାଳିତ ‌କେରଳର ଏଲଡିଏଫ୍ ସରକାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ନାଗରିକତା ସଂଶୋଧନ ଆଇନ ଭାରତୀୟ ସମ୍ବିଧାନର ଧାରା ୧୪, ୨୧ ଏବଂ ୨୫ ସମେତ ଧର୍ମ ନିରପେକ୍ଷତାର ମୌଳିକ ଢାଞ୍ଚାକୁ ବିରୋଧ କରୁଛି ବୋଲି ଦର୍ଶାଯାଇଛି। ସମ୍ବିଧାନର ଧାରା ୧୩୧ ଅନୁଯାୟୀ କେରଳ ସରକାର ସୁପ୍ରିମ କୋର୍ଟରେ ଏହି ଆବେଦନ କରିଛନ୍ତି। ନାଗରିକତା ସଂଶୋଧନ ଆଇନକୁ ରଦ୍ଦ କରିବା ପାଇଁ କେରଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର