ଥିରୁବନନ୍ତପୁରମ: ସୋମବାର ସନ୍ଧ୍ୟାରେ କେରଳର ଥିରୁବନନ୍ତପୁରମରେ ଏକ ସଡ଼କ ଦୁର୍ଘଟଣାରୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍କୁଟି ଚଳାଉଥିବା ମହିଳାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପାଇଲଟ୍ କାର ହଠାତ୍ ବ୍ରେକ୍ ଲଗାଇଥିଲା। ଏହା ପରେ ପଛରେ ଥିବା ମୁଖ୍ୟମନ୍ତ୍ରୀ ବିଜୟନଙ୍କ କାର୍ ସମେତ ଗାଡ଼ିମାଳାରେ ଥିବା ଅନ୍ୟ କାର ପରସ୍ପର ସହ ଧକ୍କା ଖାଇଥିଲା। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାରରେ ସାମାନ୍ୟ କ୍ଷତି ଘଟିଛି ଏବଂ ସେ ଆହତ ହୋଇନାହାଁନ୍ତି।
ब्रेक लगाया..लेकिन बहुत देर हो गई थी
— NDTV India (@ndtvindia) October 28, 2024
VIDEO केरल की राजधानी से आया है. ये काफिला है मुख्यमंत्री पिनाराई विजयन की कारों का. स्कूटी सवार महिला जो दाएं मुड़ रही थी, उसको बचाने के चक्कर में आपस में भिड़ गईं काफिले की गाड़ियां.#Kerala #RoadAccident pic.twitter.com/hyKKwYANgx
ଦୁର୍ଘଟଣାର ସିସିଟିଭି ଫୁଟେଜ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳାଙ୍କ ପାଇଁ ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ଜଣାପଡ଼ୁଛି। ସିସିଟିଭି ଭିଡିଓରେ ଦେଖାଯାଇଛି ଯେ, ସ୍କୁଟି ଚଳାଉଥିବା ମହିଳା ହଠାତ୍ ଡାହାଣ ପାର୍ଶ୍ବକୁ ଚାଲିଯିବାରୁ ତାଙ୍କୁ ବଞ୍ଚାଇବା ପାଇଁ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଲଟ କାରର ଚାଳକ ବ୍ରେକ୍ ମାରିଥିଲେ। ଏହାଫଳରେ ଦ୍ରୁତ ଗତିରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳାର କାର୍ ଗୁଡ଼ିକ ଗୋଟାଏ ପରେ ଗୋଟାଏ ପରସ୍ପର ସହ ପିଟି ହୋଇଥିଲେ। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ତୁରନ୍ତ ଗାଡ଼ିରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ହାଲଚାଲ ପଚାରି ବୁଝିଥିଲେ।