କେରଳ: କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଚାରିଟି ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖି ଆପଣଙ୍କ ଚେହେରାରେ ବି ହସ ଖେଳିଯିବ। ଏହି ଫଟୋରେ ଅଲାଥୁରର ଚିତ୍ରଶିଳ୍ପୀ ପ୍ରଣବ ରହିଛନ୍ତି, ଯାହାଙ୍କ ଦୁଇଟି ହାତ ନ ଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2019/11/09-0-1-300x184.jpg)
ଚିତ୍ରଶିଳ୍ପୀ ପ୍ରଣବ ନିଜ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ବି ପ୍ରଣବଙ୍କୁ ଭେଟି ଖୁସି ହୋଇଥିଲେ। ଏହି ସମୟରେ ଉତ୍ତୋଳନ ହୋଇଥିବା କିଛି ଫଟୋକୁ ମୁଖ୍ୟମନ୍ତ୍ରୀ ନିଜର ଫେସ୍ବୁକ ଓ ଟୁଇଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ‘ଆଜି ମୁଁ ବିଧାନସଭା କାର୍ଯ୍ୟାଳୟରେ ପହଞ୍ଚିଥିଲି, ସେଠାରେ ହୃଦୟ ଜିଣି ନେଲା ଭଳି ଅନୁଭବ ଥିଲା। ଅଲାଥୁରର ଚିତ୍ରଶିଳ୍ପୀ ପ୍ରଣବଙ୍କୁ ଭେଟିଥିଲି, ଯାହାଙ୍କ ଦୁଇଟି ହାତ ନାହିଁ। ସେ ନିଜ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଆସିଥିଲେ। ପ୍ରଣବ ଟେଲିଭିଜନ୍ ରିୟଲିଟି ସୋ’ରୁ ଏହି ରାଶି ପ୍ରାପ୍ତ କରିଥିଲେ। ପ୍ରଣବଙ୍କ ସହିତ ତାଙ୍କ ମାତା-ପିତା ବି ସେଠାରେ ଉପସ୍ଥିତ ଥିଲେ।’
/sambad/media/post_attachments/wp-content/uploads/2019/11/Untitled-1-copy-9-300x220.jpg)
ଏକ ଫଟୋରେ ପ୍ରଣବ ମୁଖ୍ୟମନ୍ତ୍ରୀଙ୍କୁ ପାଦରେ ଚେକ୍ ଦେଉଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଫଟୋରେ ମୁଖ୍ୟମନ୍ତ୍ରୀ ପ୍ରଣବଙ୍କ ପାଦ ଧରି ହାତ ମିଳାଉଛନ୍ତି। ତୃତୀୟ ଫଟୋରେ ପ୍ରଣବ ନିଜ ପାଦ ସାହାଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଉଛନ୍ତି। ଚତୁର୍ଥ ଫଟୋରେ ମୁଖ୍ୟମନ୍ତ୍ରୀ ପ୍ରଣବଙ୍କୁ ଆର୍ଶୀବାଦ ଦେଉଥିବା ଦେଖିବାକୁ ମିଳୁଛି।
/sambad/media/post_attachments/wp-content/uploads/2019/11/900-300x188.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/000.jpg)