କୋଭିଡ୍‌-୧୯ର ପ୍ରୋଟକଲ୍ ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହେଲେ ପି.ବିଜୟନଙ୍କ ଝିଅ ବୀଣା ବିଜୟନ୍

ତିରୁଅନନ୍ତପୁରମ୍‌: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଝିଅ ବୀଣା ବିଜୟନ ଡିୱାଇଏଫ୍‌ଆଇ ନେସ୍‌ନାଲ୍‌ ପ୍ରେସିଡେଣ୍ଟ୍‌ ପିଏ ମହମ୍ମଦ ରିୟାଜ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋମବାର ସକାଳେ ଦୁହେଁ ପରସ୍ପରଙ୍କ ହାତ ଧରିଥିବା ସୂଚନା ରହିଛି। ଏହି ବିବାହ ଉତ୍ସବରେ ସମୁଦାୟ ୫୦ ଜଣ ଅତିଥି ଅଂଶଗ୍ରହଣ କରିଥିବା ସୂଚନା ମିଳିଛି।

କେରଳ ରାଜଧାନୀରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସ୍ଲିଫ୍‌ ହାଉସ୍‌ରେ ସେମାନଙ୍କ ବିବାହ ସଂପନ୍ନ  ହୋଇଯାଇଛି । କୋଭିଡ୍‌-୧୯ ପ୍ରୋଟୋକଲ୍‌ ହିସାବରେ ସେମାନଙ୍କ ବିବାହ  ହାତ ଗଣତି ଅତିଥିଙ୍କ ଉପସ୍ଥିତିରେ ହୋଇଛି।

ପରିବାର ସଦସ୍ୟଙ୍କ ବ୍ୟତୀତ ଶିଳ୍ପ ମନ୍ତ୍ରୀ ଇପି ଜୟରଞ୍ଜନ, ସିପିଏମ୍‌ ଷ୍ଟେଟ୍‌ କମିଟି ମେମ୍ବର କୋଲିୟାକକୋଡେ କ୍ରିଷନ୍‌ ନୈର୍‌ ଏବଂ ଡିୱାଇଏଫ୍‌ଆଇର ଅଧିକାରୀ ସାଜିଶ୍‌ ମଧ୍ୟ ଉପସ୍ଥିତ ଥିଲେ।

୧୦.୩୦ରେ ମୁଖ୍ୟମନ୍ତ୍ରୀଙ୍କ ଝିଅ ବିବାହ ବନ୍ଧନରେ ବାନ୍ଧି ହେବା ପରେ ପରେ ହିଁ ସୋସିଆଲ୍‌ ମିଡିଆରେ ବିବାହ ବେଳର ଫଟୋଗ୍ରାଫ୍‌ ଭାଇରାଲ୍‌ ହୋଇଛି। ଉଲ୍ଲେଖଯୋଗ୍ୟ, ମହମ୍ମଦ ରିୟାଜ୍‌ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ପିଏମ୍‌ ଅବ୍‌ଦୁଲ୍‌ ଖଦରଙ୍କ ପୁଅ। ଷ୍ଟୁଡେଣ୍ଟ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆରୁ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ସେ ୨୦୦୯ ମସିହାରେ କୋଜିକୋଡେ ସଂସଦୀୟ କ୍ଷେତ୍ରରୁ ସେ ୟୁଡିଏଫ୍‌ର ଏମ୍‌କେ ରାଘବାନ୍‌ଙ୍କ ବିପକ୍ଷରେ ସଫଳତାର ସହ ପ୍ରତିଦ୍ବନ୍ଦିତା କରିଥିଲେ।

ସମ୍ବନ୍ଧିତ ଖବର