ଭାରତର ଜଣେ ମୁଖ୍ୟମନ୍ତ୍ରୀ ଉତ୍ତରକୋରିଆ ଶାସକ କିମ୍‌ଙ୍କ ବଡ଼ ସମର୍ଥକ, ସେ କିଏ ଜାଣନ୍ତୁ

କୋଜିକୋଡ୍‌(କେରଳ): ଭାରତରେ ଥିବା ବାମପନ୍ଥୀ ମାନଙ୍କର ଅନ୍ୟ କମ୍ୟୁନିଷ୍ଟ ଶାସିତ ଦେଶ ଯଥା ଚୀନ, ଉତ୍ତର କୋରିଆ ଆଦି ପ୍ରତି କିଛିଟା ସମର୍ଥନ ରହିଥିବା ବେଶ ଜଣାଶୁଣା କଥା । ବିଦେଶୀ କମ୍ୟୁନିଷ୍ଟ ଶାସକମାନେ ଯେତେ କୁଖ୍ୟାତ ହୁଅନ୍ତୁ ବା ଏକଛତ୍ରବାଦୀ ହୁଅନ୍ତୁ ସେମାନଙ୍କର କିଛି ଫରକ ପଡେନାହିଁ ।

ଏକଥା ପୁଣି ଥରେ ପ୍ରମାଣିତ କରିଛନ୍ତି କେରଳର ବାମପନ୍ଥୀ (ସିପିଆଇ-ଏମ୍‌) ସରକାର । କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ୟୁନଙ୍କୁ ସମର୍ଥନ କରିଛନ୍ତି । ଆମେରିକା ଚାପ ଆଗରେ ଦବି ନଯାଇ ସାହାସର ସହ ମୁକାବିଲା କରିଥିବାରୁ ସେ ଉତ୍ତର କୋରିଆ ଓ ତାହାର ଶାସକ କିମଙ୍କୁ ପ୍ରସଂସା କରିଛନ୍ତି । କୋଜିକୋଡ୍‌ର ଜିଲ୍ଲାକମିଟି ବୈଠକରେ ସେ ଖୋଲାଖୋଲି ଉତ୍ତର କୋରିଆକୁ ପ୍ରସଂଶା କରିଛନ୍ତି ।

Image Courtesy of India Today

ଗତ ମାସରେ ମଧ୍ୟ କେରଳର ଇଡୁକି ଜିଲ୍ଲାର ଏକ ଦୋକାନରେ କିମ୍‌ଙ୍କର ଏକ ବଡ଼ ପୋଷ୍ଟର ଲାଗିଥିଲା ତା’ତଳେ ଲେଖାଥିଲା ସିପିଆଇଏମ୍‌ । ଏହାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଉଠଥିଲା । ବିଶ୍ୱ ପାଇଁ ବିପଦ ରୂପେ ଦେଖାଦେଇଥିବା ଜଣେ ଶାସକଙ୍କୁ ଯେ କିଛି ଲୋକ ହିରୋ ଭାବରେ ଦେଖନ୍ତି ତାହାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଏ ସଂପର୍କରେ ବିଜେପି ମୁଖପାତ୍ର ସଂବିତ ପାତ୍ର କହିଥିଲେ ଯେ “ କିମ ଜଙ୍ଗ ୟୁନ କେରଳ ସିପିଆଇ(ଏମ)ର ପୋଷ୍ଟରରେ ସ୍ଥାନ ପାଇଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ସେମାନେ କେରଳକୁ ନିଜ ବିରୋଧୀମାନଙ୍କ କବରସ୍ଥଳୀରେ ପରିଣତ କରିସାରିଲେଣି । ଆଶା କରେ ବାମପନ୍ଥୀମାନେ ବିଜେପି ଆରଏସଏସ ଅଫିସରେ କ୍ଷେପଣାସ୍ତ୍ର ନ ପକାନ୍ତୁ ।”

ସମ୍ବନ୍ଧିତ ଖବର