ନବୀନଙ୍କୁ ପତ୍ର ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ ବିଜୟନ, ନାଗରିକତା ଆଇନ ବିରୋଧରେ ସ୍ୱର ଉଠାଅ

ଭୁବନେଶ୍ୱର : ନାଗରିକତା (ସଂଶୋଧନ) ଆଇନ ବିରୋଧରେ ନିଜର ଅଭିଯାନକୁ ତୀବ୍ର କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ । ନିଜ ରାଜ୍ୟର ବିଧାନସଭାରେ ଏହି ଆଇନ ବିରୋଧରେ ଏକ ସଂକଳ୍ପ ଆଗତ କରିବା ପରେ ସେ ଏହି ପ୍ରସଙ୍ଗରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି ଓ ନିଜ ନିଜ ରାଜ୍ୟର ବିଧାନସଭାରେ ଏହି ଆଇନ ବିରୋଧରେ ସଂକଳ୍ପ ଆଗତ କରିବାକୁ ଅନୁରୋଧ କରିଛନ୍ତି ।


ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ ନାଗରିକତା (ସଂଶୋଧନ) ଆଇନ, ୨୦୧୯କୁ ନେଇ ଆମ ଦେଶର ଲୋକମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି । ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଧର୍ମନିରପେକ୍ଷତାକୁ ସୁରକ୍ଷିତ ରଖିବାକୁ ହେଲେ  ଲୋକମାନଙ୍କୁ ଏକାଠି ହେବାକୁ ପଡ଼ିବ । ଆମ ଗଣତନ୍ତ୍ରକୁ ସୁରକ୍ଷା ଦେବାକୁ ହେଲେ ଭେଦଭାବ ଭୁଲି ସମସ୍ତଙ୍କୁ ଏକତ୍ରିତ ହେବାକୁ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି କେରଳରେ ଏନଆରସି କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ନାଗରିକତା ଆଇନ ବିରୋଧରେ ମଧ୍ୟ କେରଳ ବିଧାନସଭାରେ ଏକ ସଂକଳ୍ପ ଗୃହୀତ ହୋଇଛି । ଏଥିରେ ଏହି ଆଇନକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଏହି ଆଇନର ପ୍ରତ୍ୟାହାର ପାଇଁ ରାଜ୍ୟମାନେ ସମାନ ପ୍ରକାରର ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର