କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଉଛି ଆମ୍ବୁଲାନ୍ସରେ ପରିଣତ ହୋଇଥିବା କେରଳର ଉଦ୍ଧାରକାରୀ ଡଙ୍ଗା

ତିରୁବନନ୍ତପୁରମ୍‌: ସାରା ବିଶ୍ବରେ କୋଭିଡ୍-୧୯ ଭାଇରସ୍‌ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଏହାର ମୁକବିଲା ପାଇଁ ଏବେ ବିଭିନ୍ନ ମହଲରୁ ଲେ‌ାକେ ଯୋଡ଼ି ହୋଇଛନ୍ତି। କେରଳର ଜଳ ପରିବହନ ବିଭାଗ ତା’ର ଉଦ୍ଧାରକାରୀ ଡଙ୍ଗାକୁ ଆମ୍ବୁଲାନ୍ସରେ ପରିଣତ କରି କରୋନା ଭାଇରସ୍‌ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କାର୍ଯ୍ୟ ଅ‌ାରମ୍ଭ କରିଛି। ମଧ୍ୟପ୍ରଦେଶ ଠାରୁ ବିଚ୍ଛିନ୍ନ ଅଞ୍ଚଳରେ ରହୁଥିବା କୋଭିଡ-୧୯ ଆକ୍ରାନ୍ତଙ୍କୁ ନେବାଆଣିବା କରିବା ପାଇଁ ଏହି ଡଙ୍ଗା ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି।

 

ଏ ନେଇ ଭିଜିଲାନ୍ସ ୱିଙ୍ଗ ଇନ୍ସପେକ୍ଟର ସନ୍ତୋଷ କୁମାର ଗଣମାଧ୍ୟମକୁ କହିଛନ୍ତି, ‘ମଧ୍ୟପ୍ରଦେଶରୁ ବିଚ୍ଛିନ୍ନ ହୋଇଥିବା ସ୍ଥାନରେ ରହୁଥିବା କୋଭିଡ-୧୯ ଆକ୍ରାନ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ଏହି ସୁବିଧା କରାଯାଇଛି। ବିଚ୍ଛିନ୍ନ ଅଞ୍ଚଳରେ ରହୁଥିବା ଆକ୍ରାନ୍ତଙ୍କୁ ଏହି ଡଙ୍ଗା ଆମ୍ବୁଲାନ୍ସ ସେବା ସାହାଯ୍ୟ କରୁଛି।’ ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଆରମ୍ଭରେ ଭାରତରେ ସର୍ବ‌ାଧିକ ୧୫ ହଜାରରୁ ଊର୍ଧ୍ବ ସକ୍ରିୟ କରୋନା ଆକ୍ରାନ୍ତଙ୍କ ରିପୋର୍ଟ କରିବାରେ କେରଳ ହୋଇଥିଲା ପ୍ରଥମ ରାଜ୍ୟ।

 

ରବିବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ କେରଳବାସୀଙ୍କୁ ସେମାନଙ୍କ ସାହସିକତା ପାଇଁ ପ୍ରଶଂସା କରିବା ସହ କରୋନାକୁ ହରାଇ ସୁସ୍ଥ ହୋଇଥିବା ଜଣେ ୧୦୫ ବର୍ଷୀୟା ବୃଦ୍ଧାଙ୍କ ବିଷୟରେ ଉଲ୍ଳେଖ କରିଥିଲେ।

 

ସମ୍ବନ୍ଧିତ ଖବର