ନୂଆଦିଲ୍ଲୀ: କେରଳରେ ବନ୍ଦ ଘରୁ ମିଳିଲା ଲୋକପ୍ରିୟ ୟୂଟ୍ୟୁବର ଦମ୍ପତିଙ୍କ ମୃତଦେହ। ଫୋନ ନଉଠାଇବାରୁ ପୁଅ ଘରେ ପହଞ୍ଚି କବାଟ ଖୋଲିବା ପରେ ମାତାପିତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ତେବେ ଦୁହେଁ ଜୀବନ ହାରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ତାହା ସାମ୍ନାକୁ ଆସିନାହିଁ। ଏନେଇ ଅଭିଯୋଗ ହେବା ପରେ ଏବେ ପୁଲିସ ତଦନ୍ତ କରିବା ଆରମ୍ଭ କରିଛି। କେରଳର ଚେରୁଭାରାକୋନମ୍ ଗାଁରେ ଅକ୍ଟୋବର ୨୬ରେ ଏହି ଘଟଣା ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ ୩୭ବର୍ଷୀୟ ପ୍ରିୟା ଏବଂ ତାଙ୍କ ସ୍ୱାମୀ ୪୫ବର୍ଷୀୟ ସେଲଭରାଜ |
ମିଳିଥିବା ସୂଚନା ମୁତାବକ, ପାଖାପାଖି ୧୯ହଜାର ସବସ୍କ୍ରାଇବର ସହିତ ସେମାନେ ‘ସେଲୁ ଫ୍ୟାମିଲି’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିଲେ | ଏର୍ନାକୁଲମର ଘରୋଇ ନର୍ସିଂର ପ୍ରଶିକ୍ଷଣ ନେଉଥିବା ଦମ୍ପତିଙ୍କ ପୁଅ, ଶୁକ୍ରବାର ରାତିରେ ଫୋନରେ ସେମାନଙ୍କ ସହ କଥା ହୋଇଥିଲେ। ଶନିବାର ସକାଳୁ ପ୍ରିୟା ଓ ସେଲଭରାଜଙ୍କୁ ଫୋନ କରିବା ପରେ ବି ସେମାନେ ନଉଠାଇବାରୁ ତାଙ୍କ ପୁଅ ସେମାନଙ୍କୁ ଦେଖା କରିବାକୁ ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ସେ ତାଙ୍କ ମା’ଙ୍କୁ ଖଟ ଉପରେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖିବା ସହ ତାଙ୍କ ପିତାଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ। ହଠାତ୍ କ’ଣ ହେଲା ବୋଲି ଏବେ ସେଲଭରାଜ ଓ ପ୍ରିୟାଙ୍କ ପୁଅ ବୁଝିପାରୁନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/10/28/DXtrQzdOoOsqEXoaFcRO.jpg)
