ବାଣ ଭର୍ତ୍ତି ସପୁରୀ ଖାଇ ମୃତ୍ୟୁ ହୋଇଥିବା ଅନ୍ତଃସତ୍ତ୍ୱା ହାତୀକୁ ନେଇ କେରଳର ବରିଷ୍ଠ ବନ୍ୟପ୍ରାଣୀ ଅଧିକାରୀ ଦେଲେ ଚାଞ୍ଚଲ୍ୟକର ବୟାନ୍‌

ନୂଆଦିଲ୍ଲୀ: କରେଳରେ  ଖାଦ୍ୟ ଅନ୍ୱେଷଣରେ ବୁଲୁ ଥିବା ବେଳେ ଗର୍ଭିଣୀ  ହାତୀକୁ କେତେକ ଲୋକେ ବାଣ ଭରାଯାଇଥିବା ସପୁରୀଟିଏ  ଖାଇବାକୁ ଦେଇଥିଲେ। ସପୁରୀ ଖାଇବା ବେଳେ ପାଟିରେ ବାଣ ଫୁଟି ଉକ୍ତ ଗର୍ଭବତୀ ହାତୀର ମୃତ୍ୟୁ ହେବା ଘଟଣା ଏବେ ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଗୁରୁବାର କେରଳର ବରିଷ୍ଠ ବନ୍ୟପ୍ରାଣୀ ଅଧିକାରୀ ନିଜର ମତ ରଖିଛନ୍ତି।

The elephant photographed on May 27

କେରଳର ଆଇଏଫଏସ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ହାତୀକୁ ବାଣ ଭର୍ତ୍ତି ସପୁରୀ ଜାଣିଶୁଣି ଖାଇବାକୁ ଦିଆଯାଇଥିବା ନେଇ ଯେଉଁ ଦାବି କରାଯାଉଛି , ତାହା ବିଶ୍ୱାସଯୋଗ୍ୟ ନୁହେଁ। କାରଣ ମୃତ୍ୟୁ ହୋଇଥିବା ହାତୀଟି ଏକ ବଣୁଆ ହାତୀ ଥିଲା। ତେଣୁ ଏଭଳି ବଣୁଆ ହାତୀ ପାଖକୁ ଯାଇ ଖାଇବାକୁ ଦେବା କୌଣସି ସାଧାରଣ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ନୁହେଁ। ହାତୀର ପାଲକ୍କଡ଼ ଜିଲ୍ଲା ଅନ୍ତର୍ଗତ ମନ୍ନରକାଡ଼ ବନ ଉପଖଣ୍ଡରେ ମୃତ୍ୟୁ ହୋଇଥିଲା। କିନ୍ତୁ ପୂର୍ବରୁ ହାତୀର ମୃତ୍ୟୁ ମଲାପୁରାମରେ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା।

ସ୍ଥାନୀୟ ଲୋକମାନେ ପ୍ରଥମେ ଏହି ବଣୁଆ ହାତୀକୁ ମେ ୨୩ରେ ଦେଖିଥିଲେ । ଏହାପରେ ହାତୀଟି ଜଙ୍ଗଲକୁ ଯାଇ ପୁଣି ମେ ୨୫ରେ ଗ୍ରାମକୁ ଫେରି ଆସିଥିଲା। ହାତୀଟି ଦିନସାରା ଭେଲ୍ଲିୟାର ନଦୀରେ ଠିଆ ହେବା ପରେ ମଇ ମେ ୨୭ ତାରିଖରେ ତାର ମୃତ୍ୟୁ ହୋଇଥିଲା। ୨୮ ତାରିଖରେ ଏହି ଘଟଣା ନେଇ ପୁଲିସରେ ଏକ ମାମଲା ରୁଜୁ କରାଯାଇଥିଲା।

ଏହି ଘଟଣାକୁ କେନ୍ଦ୍ର କରି କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ପଚରାଉଚରା ଜାରି ରଖାଯାଇଛି। ତେବେ ହାତୀକୁ ସପୁରୀ ଖାଇବାକୁ ଦେବା ବେଳେ ତା’ ଭିତରେ ବାଣ ଭର୍ତ୍ତି କରି ଦେବା ନେଇ କୌଣସି ସ୍ପଷ୍ଟ ପ୍ରମାଣ  ଏଯାବତ ମିଳି ନାହିଁ। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ଜଣଙ୍କୁ ଗିରଫ କରିଛି।

OpIndia.com
OpIndia.com

ମୃତ୍ୟୁ ପରେ ବଣୁଆ ହାତୀର ପ୍ରାଥମିକ ବ୍ୟବଚ୍ଛେଦ ମାନ୍ନାକଡ ବନ ବିଭାଗ ଦ୍ବାରା କରାଯାଇଥିଲା। ଏହି ରିପୋର୍ଟରୁ ଜଣାପଡ଼ିଛି କି, ହାତୀର ମୃତ୍ୟୁ ନଦୀରେ ବୁଡ଼ିଯିବା କାରଣରୁ ହୋଇଛି। ବୁଡ଼ି ଯିବା ପରେ ହାତୀର ଫୁସଫୁସର କ୍ରିୟା ବନ୍ଦ ହୋଇଯାଇଥିଲା। ଶେଷରେ ନିଶ୍ୱାସ ପ୍ରଶ୍ୱାସ ନେଇ ନ ପାରି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଖାଦ୍ୟ ଅନ୍ୱେଷଣରେ ବୁଲୁ ବୁଲୁ ହାତୀଟି ଗ୍ରାମାଞ୍ଚଳକୁ ଚାଲିଯାଇଥିଲା। ସେଠାରେ କେତେକ ଲୋକେ ବାଣ ଭରାଯାଇଥିବା ସପୁରୀଟିଏ ତାକୁ ଖାଇବାକୁ ଦେଇଥିଲେ। ସପୁରୀ ଖାଇବା ବେଳେ ହାତୀ ପାଟିରେ ବାଣ ଫୁଟିଲା ଏବଂ ତାକୁ ଭୀଷଣ କଷ୍ଟ ହେଲା। ପାଟି କ୍ଷତାକ୍ତ ହେବାରୁ ଆଉ କିଛି ଖାଇ ନ ପାରି ହାତୀଟି ଭୋକ ଉପାସରେ ଏତେତେଣେ ଘୂରିବୁଲିଲା। ଖୁବ୍‌ ଯନ୍ତ୍ରଣା ହେଉଥିଲେ ବି ହାତୀଟି କୌଣସି ଗ୍ରାମବାସୀଙ୍କୁ ମାରି ନ ଥିଲା କି, ଗୋଟିଏ ବି ଘର ଭାଙ୍ଗି ନ ଥିଲା। ଯନ୍ତ୍ରଣା ଉପଶମ ପାଇଁ ହାତୀଟି ଶେଷରେ ଯାଇ ଭେଲ୍ଲିୟାର୍‌ ନଦୀରେ ଛିଡ଼ା ହୋଇ ରହିଲା। ଆଉ ଏହି ନଦୀରେ ହିଁ ହାତୀ ଟଳି ପଡ଼ି ସବୁଦିନ ପାଇଁ ଆଖିବୁଜି ଦେଇଥିଲା।

ସମ୍ବନ୍ଧିତ ଖବର