କେରଳର ଗର୍ଭିଣୀ ହାତୀ ଭୁଲବଶତଃ ବାଣଭର୍ତ୍ତି ଫଳ ଖାଇଥାଇପାରେ : କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ

ପଲକ୍କଡ଼(କେରଳ): କେରଳର ପଲକ୍କଡ଼ରେ ବାଣଭର୍ତ୍ତି ସପୁରୀ ଖାଇ ଏକ ଗର୍ଭିଣୀ ହାତୀର ମୃତ୍ୟୁକୁ କେନ୍ଦ୍ର କରି ସାଧାରଣରେ ଗଭୀର କ୍ଷୋଭ ପ୍ରକାଶ ପାଇଥିବା ବେଳେ ନିରୀହ ‘ହାତୀ’ର ମୃତ୍ୟୁର କାରଣ ସମ୍ପର୍କରେ ଏବେ ଭିନ୍ନ ମତ ଆସିବାରେ ଲାଗିଛି | ଆରମ୍ଭରୁ ହାତୀକୁ ଲୋକେ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ ବୋଲି ସୂଚନା ଆସିଥିଲେ ହେଁ ବର୍ତ୍ତମାନ ଏ ନେଇ ଭିନ୍ନ ସୂଚନା ସାମ୍ନାକୁ ଆସିଛି। ଏହି ଅବସରରେ ପଲକ୍କଡ଼ ପୁଲିସ ଜଣେ ହତ୍ୟାକାରୀକୁ ଗିରଫ କରିଥିବା ବେଳେ ହାତୀଟି ଦୁର୍ଘଟଣାବଶତଃ ବାଣଭର୍ତ୍ତି ଥିବା ଫଳ ଖାଇ ଥାଇ ପରେ ବୋଲି କହିଛି କେନ୍ଦ୍ର ପରିବେଶ ମନ୍ତ୍ରାଳୟ |

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ହାତୀଟି ଭୁଲକ୍ରମେ ବାଣଭର୍ତ୍ତି ଥିବା ଫଳ ଖାଇଛି ।  ମନ୍ତ୍ରାଳୟ କେରଳ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ଏବଂ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯିବ। ହାତୀ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ବିସ୍ତୃତ ପରାମର୍ଶବଳୀ ପଠାଯାଇଛି ବୋଲି କେନ୍ଦ୍ର ପରିବେଶ ମନ୍ତ୍ରାଳୟ କହିଛି। ଏଥିସହ ଜଣାପଡ଼ିଛି ସ୍ଥାନୀୟ ଲୋକେ ଜଙ୍ଗଲୀ ବ‌ାରହାକୁ ମାରିବା ଲାଗି ବାଣଭର୍ତ୍ତି ସପୁରୀ ରଖିଥିଲେ, ଯାହାକୁ ହାତୀଟି ଭୁଲବଶତଃ ଖାଇ ଦେଇଥିଲା। ତେବେ ଏହି ସୂଚନା ଆସିବା ପ‌ରେ ଜନମାନସରେ ଦ୍ବନ୍ଦ୍ବ ଦେଖାଦେଇଛି। ପ୍ରଥମ କାରଣ ସତ ନା ବର୍ତ୍ତମାନ ସାମ୍ନାକୁ ଆସିଥିବ‌ା କାରଣ ସତ ତାହା ସେବାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Kerala pregnant elephant may have 'accidentally' consumed cracker ...
India TV

ସୂଚନା ମୁତବକ, ଗତ ୨୫ ତାରିଖରେ ପଲକ୍କଡ଼ଠାରୁ ୬୦ କିମି ଦୂର ବେଲିଆର୍ ନଦୀର ତାୟାମକୁଣ୍ତୁ ଇଲାକାରେ ହିଁ ଉକ୍ତ ଗର୍ଭିଣୀ ହାତୀଟିକୁ ଲୋକେ ଦେଖିଥିଲେ। ଆହତଜନିତ ଭୀଷଣ ଯନ୍ତ୍ରଣା ଯୋଗୁଁ ସେ ଚଳପ୍ରଚଳ କରିପାରୁ ନଥିବା ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲୋ ହାତୀର ମୁହଁରୁ ଅନବରତ ରକ୍ତ ଝରୁଥିଲା। ତା’ ପରଦିନ ଭୋର୍ ୪ଟା ବେଳକୁ ହାତୀଟି ନଦୀଭିତରେ ସେମିତି ଛିଡା଼ ହୋଇ ରହିଥିଲା।  ଅପରାହ୍ଣ ସାଢେ଼ ଗୋଟାଏରେ ପଲକ୍କଡ଼ରୁ ଜଣେ ପ୍ରାଣୀ ଚିକିତ୍ସକ ଆସି ପରୀକ୍ଷାନିରୀକ୍ଷା କରିଥିଲେ। ତେବେ ହାତୀଟିକୁ ନିଶ୍ଚେତକ ଦେବାକୁ ସେ ନିଷ୍ପତ୍ତି ନେଇଥିଲେ ହେଁ ତାହାର ଅତ୍ୟନ୍ତ ଦୁର୍ବଳ ଅବସ୍ଥା ଯୋଗୁଁ ସେଥିରୁ ଓହରି ଯାଇଥିଲୋ ମେ ୨୭ ବେଳକୁ ହାତୀଟିର ଅବସ୍ଥା ଆହୁରି ଶୋଚନୀୟ ହୋଇପଡି଼ଥିଲା।ସେହିଦିନ ଅପରାହ୍ଣ ୪ଟା ୧୫ରେ ହିଁ ସେ ଆଖି ବୁଜିଥିଲା। ୨୮ ତାରିଖରେ ଏକ କ୍ରେନ୍ ସାହାଯ୍ୟରେ ହାତୀର ମୃତଦେହ ପାଣିରୁ କାଢ଼ି ତାହାର ବ୍ୟବଚ୍ଛେଦ କରାଯାଇଥିଲା |

ସମ୍ବନ୍ଧିତ ଖବର