ଘରେ ଶୋଇଥିବା ବେଳେ ହଠାତ୍‌ ରାତି ୩ଟାରେ ଭୁକିବାକୁ ଲାଗିଲା ପାଳିତ କୁକୁର, କାରଣ ଜାଣିବା ପାଇଁ ବାହାରକୁ ଯିବା ପରେ ଘଟିଲା ଏଭଳି ଘଟଣା

ଇଦୁକି: ଅର୍ଦ୍ଧାଧିକ କେରଳ ଏବେ ବର୍ଷା ଓ ବନ୍ୟା ବିତ୍ପାତରେ ଆକ୍ରାନ୍ତ ହେବା ସହ ୩୭ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏଭଳି ପରିସ୍ଥିତିର ଆଶା କରାଯାଉ ନଥିବା ବେଳେ ବର୍ଷାର ଏଭଳି ରୂପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲଗାଣ ବର୍ଷା ପାଇଁ ବିଭିନ୍ନ ଘର ଭାଙ୍ଗି ଯାଉଥିବା ବେଳେ କିଛି ଲୋକଙ୍କୁ ବାସହୀନ ହୋଇ ରାସ୍ତା କଡ଼ରେ ରହିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଇଦୁକି ଜିଲ୍ଲାରେ ଲୋକମାନଙ୍କର ଅବସ୍ଥା ସବୁଠାରୁ ଖରାପ ବୋଲି ଜଣା ପଡ଼ିଛି । ଏଭଳି ପରିସ୍ଥିତିରେ କେରଳର ଇଦୁକି ଜିଲ୍ଲାରେ ଥିବା କଞ୍ଜିକୁଝି ଗାଁରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଏଠାରେ ଏକ ପାଳିତ କୁକୁର ପାଇଁ ପୂରା ପରିବାରର ଜୀବନ ବଞ୍ଚି ଯାଇଥିବା ଜଣା ପଡ଼ିଛି ।

Hindustan Times

ସୂଚନା ମୁତାବକ, କଞ୍ଜିକୁଝି ଗାଁରେ ରହୁଥିବା ମୁଦମାନ ପିଙ୍କ ପରିବାର ଘରେ ଶୋଇଥିବା ବେଳେ ହଠାତ୍‌ ରାତି ୩ଟା ସମୟରେ ତାଙ୍କ ଘରେ ଥିବା ପାଳିତ କୁକୁର ଭୁକିବାକୁ ଲାଗିଥିଲା । ମୁଦମାନ ଉଠିବା ସହ କୁକୁର ଭୁକିବାକୁ ଅଣଦେଖା କରି ପୁଣି ଶୋଇ ପଡ଼ିଥିଲେ । କିଛି ସମୟରେ ପରେ କୁକୁରଟି ପୁଣି ଜୋରରେ ଭୁକିବାକୁ ଲାଗିବାରୁ ମୁଦମାନ ପୂରା ପରିବାର ସହ ବାହାରକୁ ଆସିବା ପରେ ଘର ପାଖରେ ଥିବା ପାହାଡ଼ରୁ ପଥର ମୁଦମାନଙ୍କ ଘର ଉପରେ ପଡ଼ିଥିଲା । ଯେଉଁଥିରେ ତାଙ୍କ ଘର ପୂରା ଭାଙ୍ଗି ଯାଇଥିଲା । ଏହି ଘଟଣା ପରେ ଘରର ପାଳିତ କୁକୁର ଭୁକିବା ପଛର କାରଣ ଜାଣି ପାରିଥିଲେ ମୁଦମାନ ।

ସମ୍ବନ୍ଧିତ ଖବର