ବନ୍ୟାରେ ଫସିଲେ ଏହି ସୁପରଷ୍ଟାରଙ୍କ ମା’, ଟବ୍‌ରେ ବସାଇ କରାଗଲା ଉଦ୍ଧାର

ଥିରୁବନନ୍ତପୁରମ୍‌ : କିଛି ଦିନ ହେବ ଲଗାଣ ବର୍ଷା ହେତୁ କେରଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏ ପର୍ଯ୍ୟନ୍ତ ୭୯ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ବନ୍ୟା ପରିସ୍ଥିତିରେ ସୁଧାର ଆସି ପାରିନାହିଁ । ସରକାରଙ୍କ ତରଫରୁ ରିଲିଫ୍‌ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । କୁହାଯାଏ କି ପ୍ରକୃତି ଆଗରେ ସମସ୍ତେ ସମାନ । ଏହାର ଉଦାହରଣ କେରଳରେ ଦେଖିବାକୁ ମିଳିଛି । କେରଳରେ ହୋଇଥିବା ବନ୍ୟାରେ ଜଣେ ସୁପରଷ୍ଟାରଙ୍କ ମା’ଙ୍କୁ ଉଦ୍ଧାର କରାଯାଉଥିବାର ଫଟୋ ଏବେ ଭାଇରାଲ ହୋଇଛି। ମାଲାୟାଲମ ସୁପରଷ୍ଟାର ପୃଥୀରାଜ ସୁକୁମାରନଙ୍କ ଘରେ ବନ୍ୟା ପାଣି ପ୍ରବେଶ କରିବାରୁ ଘରେ ଥିବା ତାଙ୍କ ମା’ଙ୍କୁ ସୁରକ୍ଷିତ ଭାବରେ ଏକ ଟବ୍‌ ମାଧ୍ୟମରେ ବାହାରକୁ ବାହାର କରାଯାଇଥିଲା ।

Times Now

ସୁପରଷ୍ଟାରଙ୍କ ବିଳାସପୂର୍ଣ୍ଣ ଘରେ ପାଣି ନ ପଶିବା ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଘରେ ପାଣି ପଶି ଯାଇଥିଲା । ଯାହା ପାଇଁ ସୁରକ୍ଷାକାରୀ ଦଳ ଘର ଭିତରକୁ ଯାଇ ପୃଥୀରାଜଙ୍କ ମା’ ମଲିକା ସୁକୁମାରନଙ୍କୁ ଟବରେ ବସାଇ ବାହାରକୁ ଆଣିଥିଲେ । ଏହାର ଭିନ୍ନ ଭିନ୍ନ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର