କେରଳକୁ ମିଳିଲା ୫ଟି ଇଲେକ୍ଟ୍ରିକ୍‌ ବସ୍‌, ଥରେ ଚାର୍ଜ କଲେ ଯିବ ୩୦୦କିଲୋମିଟର

ଥିରୁବନନ୍ତପୁରମ୍‌ : ପୂର୍ବରୁ ବିଭିନ୍ନ ସହରରେ ରାଜ୍ୟ ପରିବହନ ଅଧିକାରୀଙ୍କ ସହାୟତାରେ ଲୋକମାନଙ୍କୁ ଇଲେକ୍ଟ୍ରିକ୍‌ ବସ୍‌ର ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ଏବେ କେରଳକୁ ସେ ସୁବିଧା ମିଳିଛି । କେରଳ ରାଜ୍ୟ ସଡ଼କ ପରିବହନ ନିଗମ ଏବେ  ୫ଟି ଇଲେକ୍ଟ୍ରିକ୍‌ ବସ୍‌  କିଣିଛି। ଏହି ବସ୍‌ ଗୁଡ଼ିକ ଥିରୁବନନ୍ତପୁରମ୍‌-କାଲିୟାକ୍କିଭିଲା, ପେରୋକାଡା-ନେଦୁମଙ୍ଗଦ, ପୋଠେନ୍‌କୋଡ୍‌-ଭେନ୍‌ଜାରାମୋଦୁ ଏବଂ ଥିରୁବନନ୍ତପୁରମ୍‌-କୋଭାଲ ସହର ମଧ୍ୟରେ ଯାତ୍ରା କରିବ ।

କେରଳରେ ଏସି ବସ୍‌ର ଯାତ୍ରା କରିବା ପାଇଁ ଯାତ୍ରୀମାନେ ଯେତିକି ଭଡ଼ା ଦେଉଛନ୍ତି ଏହି ଇ-ବସ୍‌ଗୁଡ଼ିକରେ ଯାତ୍ରା କରିବା ପାଇଁ ଯାତ୍ରୀମାନେ ସେତିକି ଭଡ଼ା ଦେବେ । ଏହି ବସ୍‌ଗୁଡ଼ିକୁ ଥରେ ଚାର୍ଜ କରାଗଲେ, ତାହା ୩୦୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବ ବୋଲି ଜଣା ପଡ଼ିଛି । ଏକ  କିଲୋମିଟର ଯାତ୍ରା କରିବା ପାଇଁ ଏହି ଇ-ବସ୍‌ଗୁଡ଼ିକ ୦.୮ୟୁନିଟ୍‌ ବିଜୁଳି ଖର୍ଚ୍ଚ କରିବ । ଚାର୍ଜ ସରିବା ପରେ ପୁଣି ଥରେ ବ୍ୟାଟେରିର ଚାର୍ଜ ଫୁଲ୍‌ ହେବା ପାଇଁ ୩-୪ଘଣ୍ଟା ସମୟ ଲାଗିବ ।

Indiatimes.com

ସୂଚନା ମୁତାବକ, ଜୁନ୍‌ ୨୦୧୮ରେ କେରଳ ରାଜ୍ୟ ସଡ଼କ ପରିବହନ ନିଗମ ଏହି ଇ-ବସ୍‌ର ଟ୍ରାଏଲ କରି ପ୍ରଥମେ ସାବରିମାଳାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ନିୟୋଜିତ କରିଥିଲା ।

ସମ୍ବନ୍ଧିତ ଖବର