ତିରୁବନନ୍ତପୁରମ୍: କେରଳର ତିରୁବନନ୍ତପୁରମ୍ ସ୍ଥିତ ସାଉଦି ଆରବ ବାଣିଜ୍ୟ ଦୂତାବାସ ମାଧ୍ୟମରେ ୩୦ କେଜି ସୁନାର ଚୋରା କାରବାର ମାମଲାରେ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନକୁ ନିଆଯାଇ ପ୍ରମାଣ ସଂଗ୍ରହ କରାଯାଇଛି। ତଦନ୍ତକାରୀ ଅଧିକାରୀମାନେ ଅଭିଯୁକ୍ତ ସରକାରୀ କର୍ମଚାରୀ ସ୍ବପ୍ନା ସୁରେଶ ଓ ସରିତଙ୍କୁ ସେମାନଙ୍କ ବାସଭବନ ଓ କାର୍ଯ୍ୟାଳୟ ନେଇଥିଲେ। ତେବେ ଏହି ବିଶାଳ ସ୍ବର୍ଣ୍ଣ ଦୁର୍ନୀତିରେ ୧୮୦ କେଜି ସୁନା ଏପରି କୂଟନୈତିକ ପଥ ଦେଇ କେରଳକୁ ଆମଦାନି ହୋଇଥିବା ପ୍ରମାଣ ମିଳିସାରିଲାଣି। ଏହି ଚୋରା କାରବାର ହୋଇଥିବା ସମସ୍ତ ସୁନାକୁ ଉଦ୍ଧାର କରାଯିବା ପ୍ରକ୍ରିୟା ଜାରି ରହିଛି। ତେବେ ଏପରି ଦୁର୍ନୀତିରେ ଆହୁରି ଯଥେଷ୍ଟ ଅଧିକ ସୁନା ଆମଦାନି ହୋଇଥିବା ସନ୍ଦେହ କରାଯାଉଛି ବୋଲି ଜଣେ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଏପରି କୂଟନୈତିକ ପଥକୁ ପାଥେୟ କରି ପ୍ରାୟ ୧୨କି ୧୩ ଥର ସୁନା କାରବାର ହୋଇଥିବା ସୁରାକ ମିଳିଛି। ସେହିପରି ଗତ ସପ୍ତାହରେ ନୂଆଦିଲ୍ଲୀ ବାଟେ ସ୍ବଦେଶ ଫେରିଥିବା ସାଉଦି ଆରବର ଜନୈକ କୂଟନୀତିଜ୍ଞ ଏହି କାରବାରରେ ସଂପୃକ୍ତ ଥିବା ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ସନ୍ଦେହ କରୁଛି।
କେରଳ ସୁନା ଚୋରା କାରବାର: କୂଟନୈତିକ ପଥରେ ୧୮୦ କେଜି ଆସିଛି
/sambad/media/post_attachments/wp-content/uploads/2020/07/gold-smuglling.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)