କେରଳ ସୁନା ଚୋରା ଚାଲାଣ ମାମଲା: ବେଙ୍ଗାଲୁରୁରୁ ଗିରଫ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ

ବେଙ୍ଗାଲୁରୁ: ଗତ ରବିବାର କେରଳର ରାଜଧାନୀ ଥିରୁବନନ୍ତପୁରମର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପହଞ୍ଚିଥିବା ସାମଗ୍ରୀରୁ ୩୦କିଲୋଗ୍ରାମରୁ ଅଧିକ ସୁନା ଜବତ କରିଥିଲେ କର୍ତ୍ତୃପକ୍ଷ। ସୀମା ଶୁଳ୍‌କ ବିଭାଗ ୟୁଏଇରୁ ଥିରୁବନନ୍ତପୁରମ ଆସୁଥିବା ୩୦ କିଲୋ ଚୋରା ସୁନା ଜବତ କରିଥିଲା। ଏହି ଚୋରା ଚାଲାଣ ମାମଲାରେ କେରଳ ସରକାରଙ୍କ ଆଇଟି ବିଭାଗର ଅପରେସନାଲ ମ୍ୟାନେଜର ସ୍ବପ୍ନା ସୁରେଶଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିବା ପରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନଆଇଏ) ଦ୍ୱାରା ବେଙ୍ଗାଲୁରୁରୁ ଗିରଫ କରାଯାଇଛି। ଏହି ମାମଲାରେ ସେମାନଙ୍କ ନାଁ ଆସିବା ପରେ ସ୍ୱପ୍ନା ସୁରେଶ ଏବଂ ସନ୍ଦୀପ ନାୟାର ଫେରାର ହୋଇଯାଇଥିଲେ । ଏବେ ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଉଭୟ ରବିବାର ଦିନ କୋଚିର ଏନଆଇଏ କୋର୍ଟରେ ହାଜର ହେବେ ବୋଲି ଜଣା ପଡିଛି।

Kerala Gold Smuggling Case: 2 Key Accused Swapna Suresh Sandeep ...
NDTV

ସୂଚନା ମୁତାବକ, ଏନଆଇଏ ଶୁକ୍ରବାର ଦିନ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଏତଲା ଲେଖିବା ସହ ଏହି ମାମଲାର ଅନ୍ତର୍ଜାତୀୟ ଲିଙ୍କ ଥିବାରୁ ଅନୁସନ୍ଧାନ ଆରମ୍ଭ ହୋଇଛି ବୋଲି କହିଥିଲା | ପ୍ରାରମ୍ଭିକ ଅନୁସନ୍ଧାନରୁ ସୁନା ଚୋରା ଚାଲାଣ ଜରିଆରେ ହେଉଥିବା ଆୟ ଭାରତରେ ଆତଙ୍କବାଦକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ବ୍ୟବହାର କରାଯାଉଥିବା ନେଇ ଜଣା ପଡିଥିବା କଥା କହିଥିଲା ଏନଆଇଏ |

ସମ୍ବନ୍ଧିତ ଖବର

Comments are closed.