ବର୍ଷେ ପର୍ଯ୍ୟନ୍ତ କେରଳରେ ଅନୁଷ୍ଠିତ ହେବ ନାହିଁ କୌଣସି ସରକାରୀ ଉତ୍ସବ, ବାତିଲ୍‌ ହେଲା ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ କେରଳ

ଥିରୁବନନ୍ତପୁରମ୍‌ : କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୪୦୦ରୁ ଊର୍ଧର୍୍ୱ ଲୋକଙ୍କର ପ୍ରାଣହାନି ହୋଇଥିଲା । ୧୦୦ବର୍ଷର ଇତିହାସକୁ ଭାଙ୍ଗିବା ସହ ସାରା ଦେଶକୁ ଆଶ୍ଚର୍ଯ୍ୟ କରିଥିଲା କେରଳ ବନ୍ୟା । ଲଗାଣ ବର୍ଷା ପାଇଁ ଏହି ସମସ୍ୟା ଉପୁଜିଥିବା ବେଳେ ଏବେ କେରଳକୁ ପୂର୍ବ ପରି କରିବା ପାଇଁ ସାରା ବିଶ୍ୱ ଲାଗି ପଡ଼ିଛି । ନେତା-ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ କେରଳର ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି । ତେବେ କେରଳରେ ହୋଇଥିବା ଏହି ବନ୍ୟା ପାଇଁ ରାଜ୍ୟର ଅନେକ କ୍ଷତି ହୋଇଥିବାରୁ ବର୍ଷେ ପର୍ଯ୍ୟନ୍ତ କେରଳରେ କୌଣସି ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ଘୋଷଣା କରାଯାଇଛି ।

News18

ଏହା ସହ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଉତ୍ସବଗୁଡ଼ିକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି କେରଳ ସରକାର । ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ କେରଳ, ୟୁଥ୍‌ ଫେଷ୍ଟିଭାଲ ଏବଂ ଅନ୍ୟ ସରକାରୀ ଉତ୍ସବ ଗୁଡ଼ିକ ବାତିଲ୍‌ କରି ଦିଆଯାଇଛି । ଏହି ସବୁ ଉତ୍ସବ ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହେବାକୁ ଥିଲା ସେ ସବୁ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତିି ନେଇଛନ୍ତି କେରଳ ସରକାର ।

ସମ୍ବନ୍ଧିତ ଖବର