ଅନ୍ୟ ଧର୍ମରେ ବିବାହ କଲେ ମିଳିବ ମାଗଣା ଘର, ସରକାର ଆରମ୍ଭ କଲେ ନୂଆ ଯୋଜନା

ତିରୁବନନ୍ତପୁରମ: ଅନ୍ୟ ଧର୍ମରେ ବିବାହ କଲେ ଏଣିକି ସରକାର ବର୍ଷକ ପାଇଁ ମାଗଣାରେ ରହିବାର ସୁବିଧା ଯୋଗାଇଦେବେ | କେରଳ ସରକାର ଅନ୍ୟ ଧର୍ମର ବିବାହକୁ ପ୍ରୋତ୍ସାହନ ଦେବା ପାଇଁ ଏବେ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି | ରାଜ୍ୟ ସରକାର ‘ସୁରକ୍ଷିତ ଘର’ ନାମରେ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ଅନ୍ୟ ଧର୍ମରେ ବିବାହ କରୁଥିବା ସ୍ୱାମୀ-ସ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ରହିବାର ସୁଯୋଗ ଦିଆଯିବ | ଏହି ଯୋଜନା ମୁତାବକ ଅନ୍ୟ ଧର୍ମରେ ବିବାହ କରୁଥିବା ଦମ୍ପତିଙ୍କୁ ବର୍ଷେ ପର୍ଯ୍ୟନ୍ତ ମାଗଣାରେ ଘର ଯୋଗାଇଦିଆଯିବ |

southreelnews.com

ସ୍ୱାସ୍ଥ୍ୟ ଓ ସାମାଜିକ ନ୍ୟାୟ ମନ୍ତ୍ରୀ କେ.କେ ଶୈଳଜା କହିଛନ୍ତି ଯେ ଏହି ଯୋଜନାକୁ ସଫଳ କରିବା ପାଇଁ ସରକାର କିଛି ସାମାଜିକ ଅନୁଷ୍ଠାନ ବା ଏନଜିଓ ସହ ହାତ ମିଳାଇଛନ୍ତି |

ଶୈଳଜା କହିଛନ୍ତି ଯେ କେବଳ ଘର ନୁହେଁ ବରଂ ନବ ଦମ୍ପତିଙ୍କ ଆର୍ଥିକ ସ୍ଥାୟୀତ୍ୱକୁ ଦୃଷ୍ଟିରେ ରଖି ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀ ପରିସର ଭୁକ୍ତ ପୁରୁଷ ଓ ମହିଳା ଯାହାଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ କମ ଥିବ ସେମାନଙ୍କୁ ସ୍ୱରୋଜଗାର ପାଇଁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ | ଏଠାରେ ସୂଚନା ଥାଉ କି ଅନ୍ୟ ଧର୍ମରେ ବିବାହ କଲେ ସରକାର ୭୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଥାନ୍ତି | ଆଉ ଏବେ ମାଗଣାରେ ବର୍ଷେ ଯାଏଁ ରହିବାର ସୁବିଧା ମଧ୍ୟ କେରଳ ସରକାର ଦେବେ |

ସମ୍ବନ୍ଧିତ ଖବର