କେରଳ ରାଜ୍ୟପାଳଙ୍କୁ ଐତିହାସିକ ଇରଫାନ ହବିବଙ୍କ ଦୁର୍ବ୍ୟବହାର

କୁନ୍ନୁର : କେରଳର କୁନ୍ନୁର ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ୮୦ ତମ ଭାରତୀୟ ଇତିହାସ କଂଗ୍ରେସ ଅବସରରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ସମାରୋହରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ନିଜର ଅଭିଭାଷଣ ଦେଉଥିବାବେଳେ ଐତିହାସିତ ଇରଫାନ ହବିବଙ୍କ ନେତୃତ୍ୱରେ କେତେକ ବାମପନ୍ଥୀ ତାଙ୍କୁ ବିରୋଧ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଖୋଦ ରାଜ୍ୟପାଳ ଏହି ଅଭିଯୋଗ ଆଣି ଟ୍ଵିଟ କରିଛନ୍ତି ।

ଇତିହାସ କଂଗ୍ରେସକୁ ଉଦଘାଟନ କରି ରାଜ୍ୟପାଳ ନାଗରିକତା (ସଂଶୋଧନ) ଆଇନ ଓ କଶ୍ମୀର ସଂପର୍କରେ ନିଜର ମତ ରଖୁଥିବାବେଳେ ସଭାରେ ଥିବା କିଛି ବ୍ୟକ୍ତି ତାଙ୍କ ବକ୍ତବ୍ୟକୁ ବିରୋଧ କରିଥିଲେ । ରାଜ୍ୟପାଳ ମୌଲାନା ଆଜାଦଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହୁଥିବାବେଳେ ଇରଫାନ ହବିବଙ୍କ ନେତୃତ୍ୱରେ କିଛି ବ୍ୟକ୍ତି ମଞ୍ଚ ଉପରକୁ ଚଢି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେ ମୌଲାନା ଆଜାଦଙ୍କ ବଦଳରେ ନାଥୁରାମ ଗୋଡ଼ସେଙ୍କ କଥା କହିବା ଉଚିତ ବୋଲି ସେମାନେ କହିଥିଲେ ।

 

ଏକ ଭିନ୍ନ ମତକୁ ସହନ ନ କରିବା ଓ ଭାଷଣକୁ ବିରୋଧ କରିବା ଅଗଣତାନ୍ତ୍ରିକ । ତୁମେ ମୋତେ ବିରୋଧ କରିପାର କିନ୍ତୁ ମୋ ଭାଷଣକୁ ଅଟକାଇପାରିବ ନାହିଁ ବୋଲି ରାଜ୍ୟପାଳ ଟ୍ଵିଟରରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର