କେରଳ ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା

ଥିରୁବନନ୍ତପୁରମ୍‌: ସବରିମାଳା ମନ୍ଦିର ମାମଲାରେ ଆଜି କେରଳ ହାଇକୋର୍ଟ କେରଳ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ନାମରେ କେରଳ ପୁଲିସ କିଭଳି ଏମିତି ମନମାନି ଚଳାଇଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ସବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶକୁ ବିରୋଧ କରି ଗତମାସ ଆନ୍ଦୋଳନ କରିଥିବା ଭକ୍ତମାନଙ୍କ ଉପରକୁ ପୁଲିସ ଲାଠିଚାର୍ଜ କରିଥିବାରୁ ଏବଂ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ଗିରଫ ହୋଇଥିବାରୁ ଏହାକୁ ବି‌ରୋଧ କରି କେରଳ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା। ଆଜି ଏହି ଆବେଦନ ଉପରେ ଶୁଣାଣି କରି କୋର୍ଟ କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି। ସବରିମାଳାରେ ୧୫,୦୦୦ ପୁଲିସଙ୍କର କ’ଣ ଆବଶ୍ୟକତା ରହିଛି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଏବଂ ରାଜ୍ୟ ମୁଖ୍ୟ ଆଇନ ଅଧିକାରୀଙ୍କୁ ହାଜର ହେବାପାଇଁ କହିଛନ୍ତି। ପୁଲିସ ୩,୫୦୫ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ଏବଂ ଏହି ମାମଲାରେ ୫୨୯ଟି ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର