ଜଂଘକୁ ଛୁଇଁଲେ ବି ଦୁଷ୍କର୍ମ: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ଦୁଷ୍କର୍ମର ପରିଭାଷାକୁ ନେଇ ଏକ ରାୟରେ କହିଛନ୍ତି, କୌଣସି ମହିଳାଙ୍କୁ ଦୁଷ୍କର୍ମ ପ୍ରୟାସ ସମୟରେ ତାଙ୍କର ଜଂଘକୁ ବି ଯଦି ସ୍ପର୍ଶ କରାଯାଇଥିବ ତା’ହେଲେ ବି ଏହା ଦୁଷ୍କର୍ମ ଭାବେ ଗ୍ରହଣ ହେବ। ଯୌନ ଶୋଷଣ ସମ୍ପର୍କିତ ଏକ ମାମଲାର ରାୟ ଦେବାକୁ ଯାଇ କେରଳ ହାଇକୋର୍ଟର ଖଣ୍ଡପୀଠ ଏକଥା କହିଛନ୍ତି।

ବିଚାରପତି ବିନୋଦ ଚନ୍ଦ୍ରନ୍ ଏବଂ ଜିୟାଦ ରହମନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ୨ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ହୋଇନଥିଲେ ମଧ୍ୟ ଜଂଘକୁ ଛୁଇଁଲେ ବି ତାହାକୁ ଦୁଷ୍କର୍ମ ଭାବେ ଧରାଯିବ। ୨୦୧୫ ମସିହାରେ ଘଟିଥିବା ଏକ ଯୌନ ଶୋଷଣ ମାମଲାର ବିଚାର କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜଣେ ବ୍ୟକ୍ତି ୧୧ ବର୍ଷର ପଡ଼ୋଶୀ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର