ତିରୁବନନ୍ତପୁରମ୍: କେରଳରେ ବନ୍ୟାକ୍ଳିଷ୍ଟ ଲୋକମାନଙ୍କ ରିଲିଫ୍ ଓ ଥଇଥାନ ନିମନ୍ତେ ଅତିରିକ୍ତ ପାଣ୍ଠି ଯୋଗାଡ଼ କରିବାକୁ ଅର୍ଥମନ୍ତ୍ରୀ ଟୋମାସ୍ ଆଇଜାକ୍ ଗୁରୁବାର ଦିନ ମଦ ଉପରେ ଅବକାରୀ ଟିକସ ବଢ଼ା ଯାଇଥିବା କଥା ଘୋଷଣା କରିଛନ୍ତି।
ଆଇଜାକ୍ ଟୁଇଟ୍ କରିଛନ୍ତି: ହଁ, ଆର୍ଥିକ ଉତ୍ସ ସଙ୍କଟ ଅଛି। ଆମେ ତାହାକୁ ଦୂରେଇବୁ। ମୁଖ୍ୟମନ୍ତ୍ରୀଙ୍କ ଡିଜାଷ୍ଟର୍ ରିଲିଫ୍ ମ୍ୟାନେଜ୍ମେଣ୍ଟ୍ ଫଣ୍ଡ୍ ନିମନ୍ତେ ଅତିରିକ୍ତ ସମ୍ବଳ ନିମନ୍ତେ ୧୦୦ ଦିନ ସକାଶ ମଦ ଉପରେ ଅବକାରୀ ଶୁଳ୍କ ୦. ୫ ରୁ ୩. ୫ ପ୍ରତିଶତ ବଢ଼ାଇ ଦିଆ ଯାଇଛି। ଅତିରିକ୍ତ ରାଜସ୍ୱ ବାବଦରେ ୨୩୦ କୋଟି ଟଙ୍କା ଆବଶ୍ୟକ।
ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ରାଜ୍ୟବ୍ୟାପୀ ଲକ୍ଷାଧିକ ଲୋକ ରିଲିଫ୍ କ୍ୟାମ୍ପ୍ରେ ଦିନ କାଟୁଛନ୍ତି।
ଭୀଷଣ ବର୍ଷା ଫଳରେ ଆସିଥିବା ବନ୍ୟା ଯୋଗୁଁ ୮୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ଘଟିଥିବା କଥା କେରଳ ସରକାର ଆକଳନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/kerala-flood-1.jpg)