ଟ୍ରଲି ବ୍ୟାଗ୍‌ରୁ ମିଳିଲା କେରଳ ହୋଟେଲ ମାଲିକଙ୍କ ଖଣ୍ଡବିଖଣ୍ଡିତ ଶରୀର

ନୂଆଦିଲ୍ଲୀ : କେରଳର ମଲ୍ଲପୁରମ ଜିଲ୍ଲାର ଜଣେ ହୋଟେଲ ମାଲିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ଏବଂ ତାଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏକ ଟ୍ରଲି ବ୍ୟାଗ୍‌ରୁ ମିଳିଛି। ପଲକ୍କଡ଼ ଜିଲ୍ଲା ଅଧୀନସ୍ଥ ଅଟ୍ଟାପଡ଼ି ଘାଟ ରୋଡ୍‌ରୁ ଏକ ଟ୍ରଲି ବ୍ୟାଗ୍‌ରୁ ମୃତଦେହ ମିଳିଛି। ମୃତ ବ୍ୟକ୍ତିଙ୍କୁ ସିଦ୍ଦିକି ବୋଲି ଚିହ୍ନଟ କରାଯାଇଛି। ଗତ ଗୁରୁବାର ଦିନଠାରୁ ସେ ନିଖୋଜ ଥିଲେ। ଏ ନେଇ ତାଙ୍କ ପୁଅଙ୍କ ପକ୍ଷରୁ ଏକ ଅଭିଯୋଗ ଦାଏର କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ମଲ୍ଲପୁରମ ଏସ୍‌ପି ସୁଜିଥ ଦାସଙ୍କ ଅନୁଯାୟୀ ମେ’ ୧୮ରୁ ୧୯ ମଧ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଉକ୍ତ ମାମଲାରେ ୩ ସନ୍ଦିଗ୍ଧଙ୍କୁ ହାଜତକୁ ନିଆଯାଇଛି।

ସମ୍ବନ୍ଧିତ ଖବର