ଆଇପିଏସ୍‌ ଚାକିରିର ଶେଷ ଦିନରେ କାର୍ଯ୍ୟାଳୟର ଚଟାଣରେ ଶୋଇଲେ ଏହି ଅଧିକାରୀ

ମୁମ୍ବାଇ: କେରଳର ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ଚାକିରି ଜୀବନ ଶେଷ ହୋଇଥିଲା। ସେ ତାଙ୍କ ଚାକିରି ଜୀବନର ଶେଷ ଦିନରେ ଘରକୁ ନ ଯାଇ ନିଜ କାର୍ଯ୍ୟାଳୟରେ ବିତାଇବାକୁ ସ୍ଥିର କରିଥିଲେ। ତେଣୁ ସେ କାର୍ଯ୍ୟାଳୟ ଭିତରେ ଚଟାଣରେ ଚାଦର ବିଛାଇ ଶୋଇଥିଲେ, ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଆଇପିଏସ୍‌ ଅଧିକାରୀ ଜାକବ ଥମାସ୍‌ ଏକ ସରକାରୀ ମେଟଲ ଇଣ୍ଡଷ୍ଟ୍ରିର ମ୍ୟାନେଜିଂ ଡାଇରେକ୍ଟର ଥିଲେ। ଜାକବ ନିକଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ସିଭିଲ୍‌ ସେବା-ସୋରାନୁର ମେଟଲ ଇଣ୍ଡଷ୍ଟ୍ରିଜ କାର୍ଯ୍ୟାଳୟର ଶେଷଦିନର ଆରମ୍ଭ ଓ ନିଦ୍ରା।

ଜାକବ ଥାମସ୍‌ ସେୟାର କରିଥିବା ପୋଷ୍ଟରେ ଚଟାଣରେ ଏକ ବିଛଣା ବିଛା ଯାଇଥିବା ଦେଖିବାକୁ ମିଳୁଛି। ଏଥିସହିତ ବିଛଣା ପାଖରେ କାର୍ଯ୍ୟାଳୟର ଟେବୁଲ ବି ପଡ଼ିଥିବା ନଜରକୁ ଆସୁଛି। ଜାକବଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଫେସ୍‌ବୁକ୍‌ରେ ଏହି ପୋଷ୍ଟକୁ ୯ହଜାର ଥର ସେୟାର କରାଯାଇସାରିଲାଣି।

Meet This Kerala IPS Officer Who Sleeps On Office Floor On Last ...
Navbharat Times

ଏହାର ଫଟୋ ଓ ସ୍କ୍ରିନ୍‌ସଟ୍‌କୁ ଲୋକମାନେ ଟୁଇଟରରେ ବି ସେୟାର କରୁଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଘୁରିବା ପରେ ଲୋକମାନେ ଉକ୍ତ ଆଇପିଏସ୍‌ ଅଧିକାରୀଙ୍କ ଏଭଳି କାମକୁ ବେଶ୍‌ ପ୍ରଶଂସା କରିଛନ୍ତି।

ଜାକବ ୧୯୮୫ରେ ଆଇପିଏସ୍‌  ଚାକିରିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର