କେରଳ ଏବେ ହଟ୍‌ସ୍ପଟ୍‌

କେନ୍ଦ୍ରୀୟ ଟିମ୍‌ ପହଞ୍ଚିଲେ, ରାଜ୍ୟରେ ୨ ଦିନିଆ ଲକ୍‌ଡାଉନ୍‌

ତିରୁଅନନ୍ତପୁରମ୍‌ : କେରଳ ଏବେ ଦେଶରେ ୧ ନମ୍ବର ହଟ୍‌ସ୍ପଟ୍‌ ପାଲଟିଛି। ଲଗାତାରେ ଭାବେ କେରଳରେ ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟରେ ଜାରି ରହିଥିବା ସପ୍ତାହାନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। କେରଳରେ ଗୁରୁବାର ଏକ ସ୍ବତନ୍ତ୍ର କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା କହିଛନ୍ତି ଯେ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ୬ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ କେରଳ ଯାଇଛନ୍ତି। କେରଳରେ କିଛି ଦିନ ଧରି ଦୈନିକ ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହିବାପରେ ଗତକାଲି ସଂକ୍ରମଣ ୨୨ ହଜାର ଟପିଯାଇଛି। ରାଜ୍ୟରେ ସଂକ୍ରମଣ ବଢ଼ିବା ସହିତ ହସ୍ପିଟାଲ୍‌ରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିଛି। କେରଳରେ ପଜିଟିଭ୍‌ ହାର ଏବେ ୧୨ ପ୍ରତିଶତରୁ ଅଧିକ ରହିଛି। ୬ଟି ରାଜ୍ୟରେ ସାପ୍ତାହିକ ପଜିଟିଭ୍‌ ହାର ୧୦ ପ୍ରତିଶତରୁ ଅଧିକ ରହିଛି। କେରଳରେ ସେରୋ ପଜିଟିଭ୍‌ ହାର ମଧ୍ୟ ବହୁତ କମ୍‌ ରହିଛି।

ଉଲ୍ଲେଖଯୋଗ୍ୟ, କେରଳରେ ଗତକାଲି ସଂକ୍ରମଣ ମାମଲା ୨୨,୦୫୬ ଥିଲା ଏବଂ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ‌ରେ ମୋଟ୍‌ ସଂକ୍ରମଣ ମାମଲା ୩୩,୨୭,୩୦୧କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ୧୬,୪୫୭ ରହିଛି।

ସମ୍ବନ୍ଧିତ ଖବର