ନୂଆଦିଲ୍ଲୀ: କାୟା ମେଲାଉଛି କରୋନା । ଜୀବନ ପ୍ରତି କାଳ ସାଜୁଛି ଏହି ଭୟଙ୍କର ଭୂତାଣୁ । ଦେଶରେ ଧିରେଧିରେ କରୋନା ଆଗକୁ ବଢୁଥିବା ବେଳେ କରୋନାର କାୟା ବ୍ୟାପିବାରେ ଲାଗିଛି । ସାରା ଦେଶରେ କରୋନା ପୁଣି ଥରେ ଚିନ୍ତା ବଢ଼ାଇ ଥିବାବେଳେ ଇତିମଧ୍ଯରେ ୩ ହଜାର ଟପିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ରବିବାର ସକାଳ ୮ଟା ସୁଦ୍ଧା ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭୫୮ ରହିଛି । ଗତ ୨୪ ଘଣ୍ଟାରେ ୩୬୩ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏଯାଏଁ ସର୍ବାଧିକ ମାମଲା କେରଳରୁ ଚିହ୍ନଟ ହୋଇଛି । କେରଳରେ ସର୍ବାଧିକ ୧୪୦୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/01/B40gmlAgqdegH4GX1pqL.jpg)