କେରଳରୁ ଗିରଫ ହୋଇଥିବା ଆଇଏସ୍‌ ସନ୍ଦିଗ୍ଧର ବାପାଙ୍କ ବୟାନ : ଯଦି ମୋ ପୁଅ ଆତଙ୍କବାଦୀ, ତାକୁ ଜେଲ୍‌ରେ ମରିବାକୁ ଦିଅ

ନୂଆଦିଲ୍ଲୀ : କେରଳରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଗତକାଲି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିଥିଲା । ଯୁବକଙ୍କ ନାଁ ରିୟାସ ଅବୁବକର ବୋଲି ଜଣା ପଡ଼ିଥିବା ବେଳେ ପଚରାଉଚରା ସମୟରେ ଯୁବକଜଣଙ୍କ ଶ୍ରୀଲଙ୍କାର ମାଷ୍ଟରମାଇଣ୍ଡ ଜହରାନ୍‌ ହସିମ୍‌ ଏବଂ ଜାକିର ନାଇକଙ୍କୁ ଅନୁସରଣ କରୁଥିବା ନେଇ ସ୍ୱିକାର କରିଥିଲା । ଏହା ସହ କେରଳରେ ଆତ୍ମଘାତୀ ଆକ୍ରମଣର ଯୋଜନା ଥିଲା ବୋଲି ରିୟାସ ଯାଞ୍ଚ ଏଜେନ୍ସିକୁ ଜଣାଇଥିଲା । ଜହରାନ୍‌ ହସିମ୍‌ ଏବଂ ଜାକିର ନାଇକଙ୍କ ଭାଷଣ ଶୁଣିବା ସହ ତାଙ୍କ ଭିଡିଓକୁ ଅଭିଯୁକ୍ତଜଣଙ୍କ ଅନୁସରଣ କରୁଥିଲା । ଅଭିଯୁକ୍ତଜଣଙ୍କ କେରଳର ପଲାକ୍କଡ ଜିଲ୍ଲାର ବୋଲି ଜଣା ପଡ଼ିଥିବା ବେଳେ ଏବେ ତା’ର ବାପାଙ୍କ ବୟାନ ସାମ୍ନାକୁ ଆସିଛି ।

oneindia.com

ତାଙ୍କ କହିବା ଅନୁଯାୟୀ, ଯଦି ମୋ ପୁଅ ଆତଙ୍କବାଦୀ ବା ଦେଶଦ୍ରୋହୀ, ତେବେ ତାକୁ ଜେଲ୍‌ରେ ରହି ମରିବାକୁ ଦିଅ । ଆମେ ତାକୁ ସାହାଯ୍ୟ କରିବୁ ନାହିଁ । ମୁଁ ଜାଣିଥିଲି ସେ ଭୁଲ ବାଟରେ ଯାଉଛି । କିନ୍ତୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ସହ ସଂପର୍କ ରଖିଥିବା ନେଇ କୌଣସି ସୂଚନା ମୋ ପାଖରେ ନଥିଲା । ୩ବର୍ଷ ପୂର୍ବରୁ ସେ ନିଜର ଦାଢ଼ି ବଢ଼ାଇବା ସହ ଆରବୀ ପୋଷାକ ପିନ୍ଧିବା ଆରମ୍ଭ କରିଥିଲା । ପରିବାରଠାରୁ ଅଲଗା ରହିବା ସହ ସବୁବେଳେ ଚୁପ୍‌ ରହୁଥିଲା । ଟିଭି ଦେଖିବା ଛାଡ଼ି ଫୋନରେ ଇସ୍‌ଲାମର ଭିଡିଓ ଏବଂ ତାଙ୍କୁ ନେଇ ଲେଖାଯାଇଥିବା ଜିନିଷ ପଢ଼ିବା ଆରମ୍ଭ କରିଥିଲା ବୋଲି କହିଛନ୍ତି ରିୟାଜର ବାପା ।

ସମ୍ବନ୍ଧିତ ଖବର