ନୂଆଦିଲ୍ଲୀ : କେରଳରେ କିଛି ଜିହାଦୀ ଗୋଷ୍ଠୀ ତୁର୍କୀ ଏବଂ ଦୁବାଇ ପରି ଉପସାଗରୀୟ ରାଷ୍ଟ୍ରରୁ ପାଣ୍ଠି ସଂଗ୍ରହ କରୁଛନ୍ତି। ଗୁଇନ୍ଦା ସଂସ୍ଥାକୁ ଏସଂକ୍ରାନ୍ତ ସୂଚନା ମିଳିଛି। ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜିହାଦୀ ସଂଗଠନ ସହ ଜଡ଼ିତ ଜଣେ ବ୍ୟକ୍ତି ସେପ୍ଟେମ୍ବର ୯ରୁ ୧୯ ମଧ୍ୟରେ ଦୁବାଇ ଗସ୍ତ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୪୦ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛନ୍ତି। ତେବେ କେବଳ ଏତିକି ନୁହେଁ। ଅକ୍ଟୋବର ୧ରେ ମଧ୍ୟ ଅନ୍ୟ ଏକ ଜିହାଦୀ ସଂଗଠନ ତୁର୍କୀର କିଛି ଲୋକଙ୍କୁ କତାରରେ ଭେଟିଥିଲେ। ତେବେ ଏହି ସୂଚନା ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ରିପୋର୍ଟ ମାଗିଛନ୍ତି। ଗତ କିଛି ମାସ ମଧ୍ୟରେ କେଉଁ ଦେଶରୁ ପାଣ୍ଠି ସଂଗ୍ରହ ହୋଇଛି ସେ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ଦାଖଲ କରିବାପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁଇନ୍ଦା ସଂସ୍ଥାଙ୍କୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଗତ କିଛି ବର୍ଷ ମଧ୍ୟରେ କେରଳରୁ ଅନେକ ସଂଖ୍ୟାରେ ଯୁବଗୋଷ୍ଠୀ ଆଇଏସ୍ରେ ଯୋଗ ଦେଇଛନ୍ତି। ସେହିପରି ଭାରତରେ ସକ୍ରିୟ ଥିବା ଅନେକ ଆତଙ୍କବାଦୀ ଗୋଷ୍ଠୀ ପାକିସ୍ତାନରୁ ପାଣ୍ଠି ସଂଗ୍ରହ କରୁଛନ୍ତି।
ତୁର୍କି , ଦୁବାଇରୁ ପାଣ୍ଠି ସଂଗ୍ରହ କରୁଛନ୍ତି କେରଳ ଜିହାଦୀ ଗୋଷ୍ଠୀ
/sambad/media/post_attachments/wp-content/uploads/2020/01/kerala.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)