ନୂଆଦିଲ୍ଲୀ : ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ନେଇ ଉତ୍ତରପ୍ରଦେଶରୁ ଗିରଫ ହୋଇଥିବା କେରଳ ସାମ୍ବାଦିକ ସିଦ୍ଦିକ କାପ୍ପନ ଦୀର୍ଘ ୨ ବର୍ଷ ପରେ ଜେଲ୍ରୁ ମୁକୁଳିଛନ୍ତି। ଉତ୍ତରପ୍ରଦେଶର ହାଥରାସରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ତେବେ ସାମ୍ବାଦିକ କାପ୍ପନ ଉତ୍ତରପ୍ରଦେଶର ହାଥରାସକୁ ଯିବା ବାଟରେ ତାଙ୍କୁ ଗିରଫ କରାଯାଇଥିଲା। ପିଏଫ୍ଆଇ (ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ) ସହ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଲକ୍ଷ୍ନୌ ଜେଲ୍ରୁ ମୁକୁଳିବା ପରେ କାପ୍ପନ କହିଛନ୍ତି, ମୁଁ ରିପୋର୍ଟିଂ ପାଇଁ ହାଥରାସ ଯାଇଥିଲି। ୨୮ ମାସର ସଂଘର୍ଷ ପରେ ମୁଁ ଶେଷରେ ଜେଲ୍ରୁ ବାହାରିଲି। କାପ୍ପନଙ୍କ ବିରୋଧରେ ୟୁଏପିଏ ( ବେଆଇନ କାର୍ଯ୍ୟକ୍ରମ ନିବାରଣ ଆଇନ) ଅଧୀନରେ ମାମଲା ରୁଜୁ ହୋଇଥିଲା।
୨ ବର୍ଷ ପରେ ଜେଲ୍ରୁ ମୁକୁଳିଲେ କେରଳ ସାମ୍ବାଦିକ
/sambad/media/post_attachments/wp-content/uploads/2023/02/kerala-journalist.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)