କେରଳ ଭୂସ୍ଖଳନ ମୃତ୍ୟୁସଂଖ୍ୟା ୪୮କୁ ବୃଦ୍ଧି

ଇଡ଼ୁକ୍କି : କେରଳର ଇଡ଼ୁକ୍କି ଜିଲ୍ଲାରେ ହୋଇଥିବା ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ଏନ୍‌ଡିଆର୍‌ଏଫ୍‌ ଦ୍ବାରା ଆଜି ପୁଣିଥରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ସମୟରେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆହୁରି ୩୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ରାଜମାଲାର ପାହାଡ଼ିଆ ଅଞ୍ଚଳ ଉଦ୍ଧାର କାର୍ଯ୍ୟକୁ ଅଧିକ ଜଟିଳ କରିଦେଇଛି। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଉଦ୍ଧାରକାରୀ ସଦସ୍ୟମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇଛନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟର ଏନ୍‌ଡିଆରଏଫ୍‌ ମୁଖ୍ୟ ରେଖା ନମ୍ବିୟାର୍‌ଙ୍କ ନେତୃତ୍ବରେ ୫୫ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଇତି ମଧ୍ୟରେ ୫ଟି ଜିଲ୍ଲା ଆଲାପୁଝା, କୋଟ୍ଟାୟମ୍‌, ଏର୍ନାକୁଲମ୍‌ , ମଲପ୍ପୁରମ୍ ଏବଂ କନ୍ନୁର୍‌ରେ ଆଇଏମ୍‌ଡି ପକ୍ଷରୁ ଅରେଂଜ ଆଲର୍ଟ‌୍ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ ଗତ ଶୁକ୍ରବାର ଦିନ ଇଡ଼ୁକ୍କି ଜିଲ୍ଲାରେ ଭୁସ୍ଖଳନ ହୋଇ ପ୍ରାୟ ୨୦ଟି ଘର ପୋତି ହୋଇଯାଇଥିଲା। ପ୍ରଥେମ ୧୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିଲା। ତେବେ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ମୃତ୍ୟୁସଂଖ୍ୟା ମଧ୍ୟ ୪୮କୁ ବୃଦ୍ଧି ପାଇଛି। ପ୍ରବଳ ବର୍ଷା ସାଙ୍ଗକୁ ପାହାଡ଼ିଆ ଅଞ୍ଚଳ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର